Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପରେସନ ମଝିରେ ଚା ମାଗିଲେ ଡାକ୍ତର, ନ ମିଳିବାରୁ ଅଚେତ୍ ଅବସ୍ଥାରେ ମହିଳାଙ୍କୁ ଛାଡ଼ି ଚାଲିଗଲେ

ନାଗପୁର: ମହାରାଷ୍ଟ୍ରର ନାଗପୁର ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଚକିତ କରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତରଙ୍କୁ ଚା ନ ମିଳିବାରୁ ସେ ଏତେ କ୍ଷୁବ୍ଧ ହୋଇ ପଡ଼ିଲେ ଯେ, ସର୍ଜରୀକୁ ଅଧାରେ ଛାଡ଼ି ଅପରେସନ ରୁମରୁ ଚାଲିଗଲେ। ଏହି ସମୟରେ ଏନେସ୍ଥିସିଆ ଲଗାଇ ଅସ୍ତ୍ରୋପଚାର କରାଯାଉଥିବା ୪ ମହିଳା ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲେ। ତୁରନ୍ତ ଅନ୍ୟ ହସ୍ପିଟାଲରୁ ଡାକ୍ତରଙ୍କୁ ଡକାଇ ମହିଳାଙ୍କ ସର୍ଜରୀ କରାଯାଇଥିଲା।

ଏହି ଘଟଣା ନଭେମ୍ବର ୩ ତାରିଖରେ ମଉଦା ତହସିଲ ଅନ୍ତର୍ଗତ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଘଟିଛି। ଏହି ଦିନ ଆଠ ଜଣ ମହିଳାଙ୍କ ପରିବାର ନିୟୋଜନ ଆଧାରରେ ବନ୍ଧ୍ୟାକରଣ କରାଯିବାର ଥିଲା। ସୂଚନା ଅନୁଯାୟୀ, ଚାରି ମହିଳାଙ୍କ ଅସ୍ତ୍ରୋପଚାର କରିବା ପରେ ଏବଂ ବାକି ମହିଳାଙ୍କୁ ଆନେସ୍ଥିସିଆ ଦେବା ପରେ ଡାକ୍ତର ହସ୍ପିଟାଲର କର୍ମଚାରୀଙ୍କୁ ଚା କପେ ମାଗିଥିଲେ। ବହୁ ସମୟ ପରେ ବି ତାଙ୍କୁ ଚା ନ ମିଳିବାରୁ କ୍ଷୁବ୍ଧ ହୋଇ ଡାକ୍ତର ଅପରେସନ ଥିଏଟରରୁ ବିନା ସର୍ଜରୀ କରି ଚାଲି ଯାଇଥିଲେ। ଖବର ଅନୁଯାୟୀ, ଡାକ୍ତରଙ୍କ ନାଁ ତେଜରଙ୍ଗ ଭଲାବି।

ଡାକ୍ତର ଭଲାବି ଚାଲିଯିବା ପରେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ତୁରନ୍ତ ଅନ୍ୟ ହସ୍ପିଟାଲରୁ ଡାକ୍ତରଙ୍କୁ ପଠାଯାଇ ଅଚେତ ଅବସ୍ଥାରେ ଥିବା ଚାରି ମହିଳାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ନାଗପୁର ଜିଲ୍ଲା ପରିଷଦର ସିଇଓ ସୌମ୍ୟା ଶର୍ମା କହିଛନ୍ତି, ମାମଲାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆଧାରରେ ଡାକ୍ତରଙ୍କ ବିରୋଧରେ ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ