ଆନ୍ଦ୍ରପ୍ରଦେଶ ରେ ଦାଦନ ଶ୍ରମିକ ଙ୍କ ଅସ୍ୱାଭାବିକ ମୃତ୍ୟୁ, ଗାଁ କୁ ଫେରୁଛି ଶବ

କୋକସରା:୧୦/୧୧ ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶ ଯାଇଥିଲେ,କୋକସରା ବ୍ଲକ କାଶିବାହଲ ପଂଚାୟତ କାଶିବାହଲ ଗାଁ ର ମାନସିଂ ପୋଢ (୫୮) । ତେବେ ବୁଧବାର ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ସାଥି ଶ୍ରମିକଙ୍କ ଠାରୁ ଏହି ଦୁଃଖଦ ଖବର ମିଳିବା ପରେ ପରିବାର ଭାଙ୍ଗି ପଡିଛନ୍ତି, ଅନ୍ୟପଟେ ମୃତ ଦାଦାନ ଶ୍ରମିକଙ୍କ ଶବ କୁ କାର୍ଯ୍ୟ କରୁଥିବା ସଂସ୍ଥା ପକ୍ଷରୁ ଏକ ଆମ୍ବୁଲାନ୍ସ ରେ ଭିଟାମାଟି କୁ ନେଇ ଆସୁଥିବା ନେଇ ପରିବାର ଲୋକେ କହିଛନ୍ତି। ଗତ ୩/୪ ମାସ ତଳେ ଦାଦନ ଖଟିବାକୁ ଆନ୍ଦ୍ରପ୍ରଦେଶ ଯାଇଥିଲେ।ମୃତ ଦାଦନ ଶ୍ରମିକଙ୍କ ସ୍ତ୍ରୀ ଓ ୩ଝିଅ ରହିଥିବା ବେଳେ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଙ୍କୁ ହରାଇ ପରିବାର ନିଃସହାୟ ହୋଇ ପଡିଛନ୍ତି, କାନ୍ଦ ବୋବାଳି ରେ ଘର ଫାଟି ପଡୁଛି। ଶୁକ୍ରବାର ସକାଳେ ଶବ ଗାଁ କୁ ପହଞ୍ଚିବା ନେଇ ସୂଚନା ମିଳିଛି। ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।