Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ରୁ ପଡି ଯୁବକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।

କୋକସରା:୧୦/୧୧ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ ଠୂଟିବର ନିକଟରେ ବାଇକ ରୁ ଖସି ଗୁରୁତର ଅବସ୍ଥାରେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବାଇକ ଚାଳକ ଯୁବକ ଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଚାଳକ ହେଲେ ଆମପାଣି ଥାନା ସାନ ପୋଡ଼ାଗୁଡା ପଂଚାୟତ ମଙ୍ଗଳପୁର ଗ୍ରାମର କୈବଲ୍ୟ ନାଏକ (୨୨) ବୋଲି ଜଣାପଡିଛି।ସୂଚନା ଅନୁସାରେ କୌଣସି କାମ ରେ ଠୂଟିବର ଗାଁ କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ ରୁ ଖସି ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ପଠେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।ମୃତ ଶରୀର କୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ପୋଲିସ ସୂଚନା ଦେଇଛି।