Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ପ୍ରେସ ଦିବସ ପାଳନ ନେଇ ଓୟୁଜେ ସଙ୍ଘ କଳାହାଣ୍ଡି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କୋକସରା:୧୧/୧୧ ଜାତୀୟ ପ୍ରେସ ଦିବସ ଆସନ୍ତା ୧୬ ତାରିଖରେ ରହିଥିବା ବେଳେ ଶୁକ୍ରବାର ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସହ ଅନୁବନ୍ଧିତ ଥିବା କଳାହାଣ୍ଡି ଜିଲ୍ଲା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଙ୍ଘ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ଶୁକ୍ରବାର କୋକସରା ବ୍ଲକ କୁସୁମଖୁଣ୍ଟି ଡାକ ବଙ୍ଗଳା ଠାରେ ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର ଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସଙ୍ଘ ର ଉପଖଣ୍ଡ ରେ କାର୍ଯ୍ୟରତ ସାମ୍ବାଦିକ ମାନେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ ଓ ସର୍ଵ ସମ୍ମତି କ୍ରମେ ଜାତୀୟ ପ୍ରେସ ଦିବସ କୁସୁମଖୁଣ୍ଟି ଡାକ ବଙ୍ଗଳା ରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।ବୈଠକରେ ଓୟୁଜେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ କୁମାର ପଣ୍ଡା, ଅଂଶୁମାନ ପାତ୍ର, କୋକସରା ବ୍ଲକ ସଙ୍ଘ ର ସଦସ୍ୟ ସନତ କୁମାର ପ୍ରଧାନୀ, ଭଦ୍ରାଞ୍ଚଳ ନାଏକ, ବିନୋଦ ପଟେଲ, ଦୁଷ୍ମନ୍ତ ପାଟଯୋଶୀ ପ୍ରମୁଖ ଉପସ୍ଥିତ ରହିଥିଲେ।