Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହିତ ଯୁବକ ର ଆତ୍ମହତ୍ୟା କାରଣ ଅସ୍ପଷ୍ଟ, ପୋଲିସ ର ତଦନ୍ତ ଜାରି।

କୋକସରା:୧୧/୧୧ କୋକସରା ଥାନା ଅନ୍ତର୍ଗତ କୋକସରା ଗ୍ରାମରେ ରହୁଥିବା ସୁଦର୍ଶନ ନାଏକ ଙ୍କ ବଡ଼ପୁଅ ଲବ ନାଏକ ଙ୍କ ଝୁଲନ୍ତା ମୃତଦେହ ଆର ଆଇ ଅଫିସ ପଛପଟୁ ଉଦ୍ଧାର କରାଯାଇଛି। ସୂଚନା ମତେ କୋକସରା ଆର ଆଇ ଅଫିସ ପଛପାଖ ରେ ରହୁଥିବା ସୁଦର୍ଶନ ନାଏକ ଙ୍କ ବଡ଼ପୁଅ ଲବ ନାଏକ (୨୪) କୌଣସି କାରଣ କୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ସ୍ଥାନୀୟ ପଞ୍ଚାୟତ ରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।ସେ ବିବାହିତ ଓ ସ୍ତ୍ରୀ ଓ ଦୁଇ ବର୍ଷ ର ଏକ ଶିଶୁପୁତ୍ର ରହିଛି। ତେବେ ଆଜି ମଧ୍ୟାହ୍ନ ରେ ଘର ନିକଟରେ ଥିବା ଏକ ଗଛ ରେ ଏକ ଓଢଣୀ ରେ ଲବ ନାଏକ ଙ୍କ ଝୁଲନ୍ତା ଶବ ରହିଥିବା ଦେଖି ପରିବାର ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କୋକସରା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରି ଏକ ଅପମୃତ୍ୟୁ ମାମଲା ୨୫/୨୩ ରେ ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଛନ୍ତି।