Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ,ଦଲୀୟ କର୍ମି ଙ୍କୁ ନିର୍ବାଚନ ରଣନୀତି ପାଇଁ ଗୁରୁମନ୍ତ୍ର ଦେଲେ ବିଜେଡି ମାଷ୍ଟର ଟ୍ରେନର।

କୋକସରା:୧୧/୧୧ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଧାନ ମଣ୍ଡି ପରିସର ରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଦଲୀୟ କର୍ମି ଙ୍କୁ ନେଇ ପ୍ରଶିକ୍ଷଣ ଶିବିର ୮,୯,୧୦ ତାରିଖ ୩ ଧରି ଆୟୋଜନ ହୋଇଯାଇଛି। ୩ ଦିନ ଧରି ପ୍ରଶିକ୍ଷଣ ଶିବିରରେ ଧର୍ମଗଡ଼, କୋକସରା, କଲମପୁର ଓ ଜୟପାଟଣା ବ୍ଲକ ର ୪ ପଂଚାୟତ ର କର୍ମି ଙ୍କୁ ଭୁବନେଶ୍ୱର ରୁ ଆସିଥିବା ମାଷ୍ଟର ଟ୍ରେନର ମାନେ ଆଗାମୀ ନିର୍ବାଚନ ରେ ଦଲୀୟ ରଣନୀତି ପରିଚାଳନା ଉପରେ ପ୍ରଶିକ୍ଷଣ ଦେଇଛନ୍ତି। ଏହି ପ୍ରଶିକ୍ଷଣ ଶିବିରକୁ କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି। ପ୍ରଶିକ୍ଷଣ ଶିବିରରେ ଆସନ୍ତା ନିର୍ବାଚନ ରେ ଦଲୀୟ ସଂଗଠନ ଓ ରାଜ୍ୟ ସରକାରଙ୍କୁ ଲୋକାଭିମୁଖୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ମାଷ୍ଟର ଟ୍ରେନର ମାନେ ଗୁରୁମନ୍ତ୍ର ଫୁଙ୍କିଛନ୍ତି। କାର୍ଯ୍ୟକ୍ରମ କୁ କୋକସରା ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ହେମନ୍ତ ମାଝୀ, ବୈଜୟନ୍ତି ପୁଝାରି, ବ୍ଲକ ସଭାନେତ୍ରୀ ଅଶୋକା ନାଏକ, ବ୍ଲକ ଛାତ୍ର ସଭାପତି ମାନସ ବେହେରା ଦଲୀୟ କର୍ମୀମାନେ ପରିଚାଳନା ରେ ସହଯୋଗ କରିଥିବା ବେଳେ ୩ ଦିନ ଧରି ଆୟୋଜିତ ପ୍ରଶିକ୍ଷଣ ଶିବିରରେ ନିର୍ବାଚନ ମଣ୍ଡଳୀ ରୁ ପ୍ରଶିକ୍ଷଣ ନେବାପାଇଁ କର୍ମୀମାନେ ଯୋଗ ଦେଇଥିଲେ।