Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜି.ଉଦୟଗିରି ଏନଏସି ଅଧ୍ୟକ୍ଷ ଉପ-ନିର୍ବାଚନ: ତିନି ପ୍ରମୁଖ ଦଳ ତରଫରୁ ନାମାଙ୍କନ ପତ୍ର ଦାଖଲ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଅଧ୍ୟକ୍ଷା ପଦବୀ ଉପ-ନିର୍ବାଚନ ମଇଦାନରେ ଲଢ଼େଇ ପାଇଁ ଶାସକ ବିଜେଡି,ବିଜେପି ଏବଂ କଂଗ୍ରେସ ଦଳ ପକ୍ଷରୁ ଶନିବାର ଅଧ୍ୟକ୍ଷା ପଦବୀ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ବିଜେଡି ପକ୍ଷରୁ ଦେବସ୍ମିତା ଶତପଥୀ ଙ୍କ ସହ ଜିଲ୍ଲା ସଭାପତି ତଥା ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ,ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ,ସରୋଜ କର୍ଣ୍ଣ, ରୋଦନ ମଲ୍ଲିକ,କ୍ଳେଶ ପ୍ରଧାନ, ଜିଲ୍ଲା ସଭାନେତ୍ରୀ ଅନିମା କଁହର, ପୁନମ କଁହର, ସୁନୀଲ ସେଠୀ, ଜିଲ୍ଲା ଉପ ସଭାପତି ପାର୍ଥ ସାରଥି ବିଶ୍ଵାଳ,ଗୋପାଳ କୃଷ୍ଣ ମହାପାତ୍ର, ଉପାଧକ୍ଷ ସନ୍ତୋଷ ବାଘ, କାଳି ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଏନସିସି କାଯ୍ଯାଳୟ ରେ ପହଞ୍ଚିବା ସହିତ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହିଭଳି ଭାବେ ବିଜେପି ପକ୍ଷରୁ ପ୍ରାଥୀ ରଞ୍ଜିତା ନାୟକ ଙ୍କ ସହ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ନଗର ସଭାପତି ଉଦେଶନ ପ୍ରଧାନ, ଜିଲ୍ଲା ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନ,ଲିଙ୍ଗରାଜ ଦଳବେହେରା କୃଷକ ମୋର୍ଚା ଜିଲ୍ଲା ସଭାପତି ଅବନେଶ୍ୱର ପ୍ରଧାନ,ମଣ୍ଡଳ ସଭାପତି ମାୟା ବନ୍ଧୁ ପ୍ରଧାନ ରାମବିଶି ଦିଗାଳ, ରାଜା ପାତ୍ର, ଅଶୋକ ଆଚାର୍ଯ୍ୟ,ବିଶୁ ମହାରଣା ସହିତ ବିଜେପି କାଉନସିଲର ମାନଙ୍କ ସହିତ ଶୋଭାଯାତ୍ରା ରେ ବାହାରିବା ସହିତ ନାମାଙ୍କନ ପତ୍ର ଦାଖଲ କରିଥିଲେ। କଂଗ୍ରେସ ଦଳ ପକ୍ଷରୁ ପ୍ରାଥୀ ମୁଧୁଲିନା ଦିଗାଲ ଙ୍କ ସହ କଂଗ୍ରେସ ଜିଲ୍ଲା ସଭାପତି ଅନାମ ଚନ୍ଦ୍ର ନାୟକ, ସଭାନେତ୍ରୀ ରୁଦା ମଲ୍ଲିକ, ନଗର ସଭାପତି ସୂର୍ଯ୍ୟକାନ୍ତ ନାୟକ, ଗଗନ ପ୍ରଧାନ, ଯାକେଶ ପ୍ରଧାନ ନିଜ ନିଜ ଦଳ ର ଦଳୀୟ ବରିଷ୍ଠ ନେତା,ସଭାପତି,ବହୁ ସଂଖ୍ୟକ କର୍ମୀ ଙ୍କ ଗହଣରେ ପଦ ଯାତ୍ରା ମାଧ୍ୟମରେ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଏହି ଉପ ନିର୍ବାଚନ ରେ ତିନି ପ୍ରମୁଖ ରାଜନୈତିକ ଦଳ ର ତିନି ଜଣ ପ୍ରାର୍ଥୀ ହିଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶନିବାର ଶେଷ ସୁଦ୍ଧା ଅନ୍ୟ କୌଣସି ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବା ଜଣାପଡିଛି।