Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଳିଆଯୋର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଉତ୍ସାହିତ କଲେ ବ୍ଲକ ଉପାଧ୍ୟକ୍ଷ।

କୋକସରା:୧୨/୧୦ କୋକସରା ବ୍ଲକ ଆମପାଣି ପଞ୍ଚାୟତ ଭାଳିଆଯୋର ଗ୍ରାମରେ ଜଂହି ଓଷା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ ଡ୍ୟାନ୍ସ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ କମିଟିର ଭଉଣୀ ମାନଙ୍କୁ ଦୀପାବଳି ର ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା କଳାକାର ଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟତମ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ଯୁବ ସମାଜସେବୀ ସୋନୁ ଅଗ୍ରୱାଲ,ରବି ନାରାୟଣ ଦାସ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ।ଏହି ଅବସର ରେ ରଙ୍ଗାରଙ୍ଗ ରେକର୍ଡ ଡ୍ୟାନ୍ସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ଙ୍କୁ ବିମୋହିତ କରିଥିଲା। ମଞ୍ଚ କୁ ଶରତ ନାଏକ ସଂଯୋଜନା କରିଥିଲେ।