Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀପାବଳିରେ ଅସହାୟ ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇଲା ଉତ୍କଳମଣି ଯୁବକ ସଂଘ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତୀ ମେଣ୍ଡି ପଞ୍ଚାୟତ ପ୍ରେମଝରି ଗ୍ରାମର ନୃପତି ମଳିକ (୯୦) ଜଣେ ବୃଦ୍ଧାଙ୍କୁ ସହଯୋଗ ହାତ ବଢ଼େଇଲା ଦୁତୀମେଣ୍ଡି ଗ୍ରାମର ଉତ୍କଳମଣି ଯୁବକ ସଂଘ । ସୂଚନା ପ୍ରକାରେ କୌଣସି କାରଣରୁ ଦିବ୍ୟାଙ୍ଗ ନୃପତି ମଳିକ ଗୋଟିଏ ଛପର ନଥିବା କୁଡ଼ିଆରେ ରହୁଥିବା ବେଳେ ଏହି ଖବର ପ୍ରେମଝରି ଯୁବକ ସଂଘ ଅଜିତ୍ କୁମାର ମଳିକ ଓ ଗୋଲକ ମଲିକ ଦୁତୀ ମେଣ୍ଡି ଉତ୍କଳମଣି ଯୁବକ ସଂଘ କର୍ମକର୍ତ୍ତା ମାନଙ୍କୁ ଜଣାଇଥିଲେ। ଏହି ଖବର ପାଇ ଯୁବକ ସଂଘ ସମ୍ପାଦକ ସମିର୍ ପ୍ରସାଦ ଝାଙ୍କର, ରଞ୍ଜନ କୁମାର ସେଠୀ, କିଶୋର ଚନ୍ଦ୍ର କହଁର, ତାପସ ଦଣ୍ଡିଆ, ଗୋଲକ ବିହାରୀ ମଲ୍ଲିକ ସମେତ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରେମଝରି ଗ୍ରାମରେ ରେ ପହଞ୍ଚି ତା’ର ପରିସ୍ଥିତି ବିଷୟରେ ପଚାରି ଶୀତ ଦାଉରୁ ରକ୍ଷା ପାଇଁ ଏକ କମ୍ବଳ, କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ଶ୍ରୀକୃଷ୍ଣ ଯୁବକ ସଂଘ ମାନଙ୍କ ସହଯୋଗରେ ବୃଦ୍ଧା ରହୁଥିବା ଗୃହ ଉପରେ ପାଖରେ ଥିବା ଟିଣ ଛପର ସଜେଇ ଦେଇଥିଲେ। ସରକାର ଏହି ଅସହାୟ ଉପରେ ଦୃଷ୍ଟି ଦେଇ ସହଯୋଗ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି। ଉକ୍ତ ସମୟରେ ଗ୍ରାମର ଶ୍ରୀକୃଷ୍ଣ ଯୁବକ ସଂଘ ସଦସ୍ୟ ଯୋଗ ଦେବା ସହିତ କୁଇସମାଜ ଯୁବ ପରିଷଦ ସମ୍ପାଦକ ଅଚ୍ୟୁତ ଯାନୀ, ଯୁବପରିଷଦ ସଦସ୍ୟ ତରଣିସେନ ମଲିକ ପ୍ରମୁଖ ଉପସ୍ଥିତ ଥିଲେ।