Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରୀମନ୍ଦିରର ୪ ଦ୍ଵାର ଓ ରତ୍ନଭଣ୍ଡାର ଖୋଲିବା ଦାବି, ଡିସେମ୍ବର ୧ରୁ କଂଗ୍ରେସର ତୁଳସୀ ଯାତ୍ରା

ଭୁବନେଶ୍ଵର: ଶ୍ରୀମନ୍ଦିରର ୪ ଦ୍ଵାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ ଡିସେମ୍ବର ୧ ତାରିଖରୁ କଂଗ୍ରେସର ରାଜ୍ୟବ୍ୟାପୀ ତୁଳସୀ ଯାତ୍ରା ଆରମ୍ଭ ହେବ। ଏ ନେଇ ସୋମବାର ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ସଭାପତି ଶରତ ପଟ୍ଟନାୟକ। ରାଜ୍ୟର ୩୧୪ଟି ବ୍ଲକରୁ ତୁଳସୀ ପତ୍ର ସଂଗ୍ରହ କରାଯିବ। ଜିଲ୍ଲା ସଭାପତିମାନେ ତୁଳସୀ ସଂଗ୍ରହ କରି ଭୁବନେଶ୍ଵର ପହଞ୍ଚିବେ। ସଂଗୃହୀତ ତୁଳସୀ ନେଇ ଶୋଭାଯାତ୍ରାରେ ପୁରୀ ଯାତ୍ରା କରିବେ। ଶରଧାବାଲିରୁ ଚାଲି ଚାଲି ଯାଇ ମହାପ୍ରଭୁଙ୍କୁ ଅର୍ପଣ କରିବେ। ଏହା ପରେ ବି ସରକାର ନ ଶୁଣିଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ନିର୍ମାଣ ଚାଲିଥିବାରୁ ଚାରି ଦ୍ଵାର ଖୋଲା ଯାଉ ନ ଥିବା ସରକାର ଯୁକ୍ତି ବାଢି ଆସୁଛନ୍ତି। ଅନ୍ୟପଟେ ସାଧାରଣ ଜନତାଙ୍କଠୁ ନେଇ ସେବାୟତମାନଙ୍କ ମହଲରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଦାବି ଜୋର ଧରିଛି। ଏହାକୁ ନେଇ ବିରୋଧୀ ଦଳମାନେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଆସିଛନ୍ତି। ଶ୍ରୀମନ୍ଦିରର ୪ ଦ୍ଵାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ ବିଜେପି ଓ କଂଗ୍ରେସ ରାଜା ଦିବ୍ୟସିଂହ ଦେବଙ୍କୁ ଭେଟିଥିଲେ। ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ସଂପ୍ରତି ହାଇକୋର୍ଟରେ ବିଚାରଧୀନ ରହିଛି। ବିଜେପି ପକ୍ଷରୁ ଏ ସମ୍ପର୍କରେ ଯାଚିକା ଦାୟର ହୋଇଛି, ଯାହା ଉପରେ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ଚାଲିଛି।