କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ଦ୍ଵି ଦିବସୀୟ ଇଣ୍ଟର କଲେଜ ଭଲିଭଲ ନକ ଆଉଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କୋକସରା:୧୩/୧୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ କଳାହାଣ୍ଡି ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଦ୍ଵି ଦିବସିୟ ଇଣ୍ଟର କଲେଜ ନକ ଆଉଟ ଭଲିଭଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟ ରୁ ଅଂଶଗ୍ରହଣ କରିଥିବା ଛାତ୍ର ଓ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ମାନେ ପ୍ରଥମେ ଏକ ମଶାଲ ଶୋଭାଯାତ୍ରା ରେ ଅଂଶଗ୍ରହଣ କରି କୋକସରା ସହର ପରିକ୍ରମା କରିଥିଲେ । କୋକସରା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ସଭାପତିତ୍ୱ ରେ ଉଦଘାଟନୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ କୋକସରା ସ୍ନେହାପ୍ରଭା ମାଝୀ, ଅଧ୍ୟକ୍ଷ ଲଡୁଗାଁ କଲେଜ ଡ଼. ନିହାରକାନ୍ତ ପଣ୍ଡା, ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ କ୍ରୀଡା ବିଭାଗ ଚେୟାରମ୍ୟାନ ଘନଶ୍ୟାମ ବେହେରା,କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଅଧ୍ୟାପକ ତଥା ୟୁଥ ରେଡ଼ କ୍ରସ ପରାମର୍ଶ ଦାତା ସୁବ୍ରତ କୁମାର ବେହେରା ଉପସ୍ଥିତ ରହି ଉଦଘାଟନୀ ମ୍ୟାଚ ରେ ଖେଳାଳି ଛାତ୍ର ଙ୍କୁ ଉତ୍ସାହିତ କରିଥିଲେ। ସ୍ୱାଗତ ଅଭିଭାଷଣ ଅଧ୍ୟାପିକା ବେଦମୟୀ ବାରିକ,ଖେଳ ପରିଚାଳନା ରେ ଡିଗ୍ରୀ ମହାବିଦ୍ୟାଳୟ ର ଖେଳ ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶି, ଭଳିବଲ କୋଚର ଜ୍ଞାନେନ୍ଦ୍ର ବଢ଼େଇ, ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି,ରାଜୁ ଖରସେଲ କରିଥିବା ବେଳେ ଖେଳ ର ଧାରା ବିବରଣୀ କଲେଜ ର କର୍ମଚାରୀ ସୁନିଲ କୁମାର ପ୍ରଧାନୀ କରିଥିଲେ। ପ୍ରଥମ ଦିନ ର ସେମି ଫାଇନାଲ ଖେଳ ରେ କେସିଙ୍ଗା ଓ ମ. ରାମପୁର ଡିଗ୍ରୀ ମହାବିଦ୍ୟାଳୟ ର ଭଳିବଲ ଖେଳାଳି ମାନେ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମ କୁ କଲେଜ ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

