Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡାଃ ମାୟାଧର ମାନସିଂହ ଜୟନ୍ତୀ ପାଳନ

ସମ୍ବଲପୁର:ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଡଃ.ମାୟାଧର ମାନସିଂହଙ୍କ ଜୟନ୍ତୀ ଅଶୋକ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଡ ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇ ମାନସିଂହ ସାହିତ୍ୟର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତାଭାବେ ଶ୍ରୀ ହୃଷୀକେଶ ପୂଜାରୀ ଯୋଗଦେଇ ପଦ୍ମଶ୍ରୀ ଡ ମାୟାଧର ମାନସିଂହଙ୍କ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ୧୯୪୯ମସିହା ରୁ ୧୯୫୬ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାଳ ଭିତରେ ଅନେକ ତାଙ୍କ ସାହିତ୍ୟ ରଚନା ଉପରେ ଆଲୋକପାତ କରିଥିଲେ।ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର, ଶଶୀଭୂଷଣ ତ୍ରିପାଠୀ, ଡ ଶ୍ୟାମସୁନ୍ଦର ଧର, ପ୍ରଫୁଲ୍ଲ ହୋତା, ଦୀନବନ୍ଧୁ ପଣ୍ଡା, ପରେଶ ଦାନୀ ଯୋଗ ଦେଇଥିଲେ l ଶେଷରେ ସହ ସମ୍ପାଦିକା ସୁରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l