Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାନ କୁଣ୍ଢେସରା ଠାରେ କୈଶୋର ସ୍ୱାସ୍ଥ୍ୟ ସଚେତନତା

ସମ୍ବଲପୁର (ଜମନକିରା):ମୁଣ୍ଢେନପାଲି ଗ୍ରାମପଞ୍ଚାୟତର ସାନ କୁଣ୍ଢେସରା ଠାରେ ଆଜି କୈଶୋର ସ୍ୱାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଣ୍ଢେନପାଲି ଆଶା ବବିତା ନାଥ ଅଧ୍ୟକ୍ଷତା କରିଥିବା ବେଳେ ଡା.ରାଜାରାମ ଷଡଙ୍ଗୀ କୈଶୋର ସ୍ୱପ୍ନ,ଜୀବନ କୌଶଲ, ଖାଦ୍ୟପେୟ,ସୁରକ୍ଷିତ ସ୍ୱାସ୍ଥ୍ୟ ପ୍ରଭୃତି ସଂପର୍କରେ ସଚେତନ କରିଥିଲେ।ଏଥିରେ ମହିଳା ସ୍ୱାସ୍ଥ୍ୟ କର୍ମି ସାହାନୀ ସାହୁ ,ଆଶା ମଞ୍ଜରି ପଣ୍ଡା,ସୁସ୍ମିତା ସାହୁ,ଗାୟତ୍ରି ନାଥ, ଅଙ୍ଗନୱାଡି ମାଗଦାଲି ମୁଣ୍ଡା,ଅଲି ଗର୍ଡିଆ,ଗୌରୀ ବିଶ୍ୱାଲ ଜୌସ୍ନାରାଣୀ ପଣ୍ଡା,ପ୍ରମୂଖ କିଶୋରୀ ସ୍ୱାସ୍ଥ୍ୟ ନେଇ ବିଭିନ୍ନ ବିଷୟରେ ବୁଝାଇଥିଲେ । ସଭାରେ ସ୍ଥାନୀୟ ୱାଡମେମ୍ବର ସୁଲୋଚନା ସହଁସିଆ ଅତିଥି ଭାବେ ଯୋଗଦେଇ ଗାଁ କଲ୍ୟାଣ ସମିତିର ବହୁମୂଖି ଜନ ହିତକର କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏଥିରେ ଗ୍ରାମର କିଶୋରୀ ବାଳିକା ମାନେ ଯୋଗଦେଇ ନିଜ ଭିତରେ ରହିଥିବା ବିଭିନ୍ନ ସନ୍ଧେହ ପଚାରି ବୁଝିଥିଲେ। ଏହି ସମୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ