Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଗାମୀ ୬ ଘଣ୍ଟାର ଅବପାତର ରୂପ ନେବ ଲଘୁଚାପ, ୧୭ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ସମ୍ଭାବନା ରହିଛି। ଏହା ପରେ ଧିରେ ଧିରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଫଳରେ ଆଜିଠୁ ୧୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଓଡ଼ିଶା ଉପକୂଳ ଓ ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଏହି ବାରଣ କରାଯାଇଛି। ଏ ନେଇ ଭୁବନଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଲଘୁଚାପ ପ୍ରଭାବରେ ଉପକୂଳ ୬ ଜିଲ୍ଲାରେ ଅଧିକ ବର୍ଷା ହେବ। ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଅଦିନିଆ ବର୍ଷା ପୂର୍ବରୁ ଚାଷୀଙ୍କୁ ସତର୍କ କରାଇଛି କୃଷି ବିଭାଗ। ଧାନକୁ କାଟି ସୁରକ୍ଷିତ ସ୍ଥାନକୁ ନେଇ କଟା ଧାନକୁ ବେଙ୍ଗଳା କରି ଦିଅନ୍ତୁ। ସବୁ ଅମଳ ସମ୍ଭବ ନହେଲେ ପଲିଥିନ ପକାନ୍ତୁ। ଧାନ ବିଲକୁ ନାଳି କରନ୍ତୁ ଓ ମୁହଁ ଖୋଲା ରଖନ୍ତୁ ବୋଲି ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।