Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସୁମଖୁଣ୍ଟି ବନ୍ଦୀଛୋଡ ବଂଶୀୟଙ୍କ ଚାଉଳଧୁଆ ପର୍ବ ଅନୁଷ୍ଠିତ।

କୋକସରା:୧୫/୧୧ ମଗଧା ଯାଦବଙ୍କ ଏକ ମହାନବଂଶ ‘ବନ୍ଦିଛୋଡ’ଙ୍କ ଏକ ବିସ୍ତୃତ ସାଂସ୍କୃତିକ ପରମ୍ପରା ରହିଛି। ଏମାନେ ଏକ ଯୋଦ୍ଧା ଜାତିର ପରିଚୟ ବହନ କରିଥାନ୍ତି। ଦ୍ବାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ସୋମବଂଶର ଏହି ଉପବଂଶଧର ମାନଙ୍କୁ ବନ୍ଦିଛୋଡ ଓ ତାଙ୍କର ବଡଭାଇଙ୍କୁ କହରୁଓ୍ବା/ କରୁଆଁ (ମହାଯୋଦ୍ଧା) ଉପାଧିରେ ଭୂଷିତ କରିଥିବା ଲୋକଶୃତି ରହିଛି। ଚଉଲଧୁଆ ବା ଚାଉଳଧୁଆ ବନ୍ଦିଛୋଡ ମାନଙ୍କ ଏକ ମହାନ ପର୍ବ ଭାବେ କେଉଁ ଏକ ଆବାହମାନ କାଳରୁ ପାଳିତ ହୋଇ ଆସୁଛି। ସେହି କ୍ରମରେ କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଗ୍ରାମରେ ବସତି ସ୍ଥାପନ କରି ରହୁଥିବା ବନ୍ଦୀଛୋଡ ବଂଶୀୟ ଯାଦବଙ୍କ (ଦିଏଲ) ଚାଉଳଧୁଆ ପର୍ବ ଆଜି ଗୋନ୍ତିଆ ପରିବାରରେ ପ୍ରବଳ ଉତ୍ସାହ ଓ ଉଦ୍ଦିପନା ସହ ପାଳିତ ହୋଇଛି l ଗୋନ୍ତିଆ ପରିବାର ସମସ୍ତ ଛୁଆ ଠୁଁ ବୁଢ଼ା ଓ ମହିଳାମାନେ ଏହି ପର୍ବ କୁ ପାଳନ କରି ଭାଇଚାରାର ନିଦର୍ଶନ ସାଜିଛନ୍ତି l ପିତୃ ପୁରୁଷ, ମାଁ ସମଲେଇ, ଛତ୍ରୀଏନ, ଠାକୁରାଣୀଙ୍କୁ ଆବାହନ କରି ନୂତନ ଧାନର ଚାଉଳରେ ପ୍ରସ୍ତୁତ ବିଭିନ୍ନ ଭୋଗ ଅର୍ପଣ କରି ଆଜିଠୁଁ ଚାଉଳ ଧୋଇ ଓ ଝୁଡ଼ଙ୍ଗ ଡାଲିକୁ ଖାଇବା ପାଇଁ ସମ୍ମତି ହୋଇଛି l ଏହି ଅବସରରେ ବନ୍ଦୀଛୋଡ ବଂଶୀୟ ବନାବାଡ଼ି ମଧ୍ୟ ଆଜିଠୁଁ ଆରମ୍ଭ ହୋଇଛି l ଗୋଟିଏ ପିଢ଼ି ପରେ ଆରମ୍ଭ ହୋଇଥିବା ଏହି ବନାବାଡ଼ିକୁ ନିଷ୍କାସନ ପାଇଁ ଦିଏଲ ଦିନ ବା ଚାଉଳ ଧୁଆ ଦିନ ପିତୃ ପୁରୁଷ ଓ ମାଁ ସମଲେଇ ଛତ୍ରୀଏନଙ୍କୁ ଆବାହନ କରି ଆଶୀର୍ବାଦ ଭିକ୍ଷା କରି ଗାଦୀରେ ଥିବା ପାରମ୍ପରିକ ଅସ୍ତ୍ର, ବନାବାଡ଼ି, ମାଁ ସମଲେଇଙ୍କ ଖଣ୍ଡା, ତ୍ରିଶୂଳ, ଆଦି ନିଷ୍କାସନ କରି ଧଳା ବୋକା କୁ ସମର୍ପଣ କରାଯାଏ ଯାହାକି ମାଘ ଦଶମୀ ଉଦଯାପନୀ ଦିନ ବଲି ଦିଆଯାଇଥାଏ l ଆଜି ଏହି ବନାବାଡି ବାହାର ହେବା ପରେ ଗ୍ରାମ୍ୟ ପୂଝାରୀ, ଓ ବନ୍ଧୁ କୁଟୁମ୍ବ ଘରକୁ ବୁଲେଇ ରଖାଯାଇଛି l ନିର୍ଧାରିତ ତିଥିବାର ଅନୁସାରେ ପୁଣି ବନ୍ଧୁ କୁଟୁମ୍ବ ଘରକୁ ବୁଲେଇ ନେବା ଓ ମାଘ ଦଶମୀରେ ଶିଥିଳ କରିବା ବା ଉଦଯାପନୀ ହେବା ପାଇଁ ସ୍ଥିର କରାଯାଇଛି l ଦୀର୍ଘ ଚାଳିଶ ବର୍ଷ ପରେ ଏହି ବନାବାଡି ନିଷ୍କାସନ ହେଉଥିବାରୁ ବନ୍ଦୀଛୋଡ ବଂଶୀୟ ଛୁଆ ଠୁଁ ବୁଢ଼ା ପର୍ଯ୍ୟନ୍ତ ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି l ବନ୍ଦୀଛୋଡ ବଂଶୀୟ ପ୍ରାୟ ୧୩୦ ଭାଇ ଏକାଠି ହୋଇ ଭାଇଚାରା ବଜାୟ ରଖି ଏହି ଚାଉଳ ଧୁଆ ଓ ବନାବାଡି ଖେଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା lକମିଟିର ସଭାପତି, କାନ୍ତ ବେହେରା ସମ୍ପାଦକ, ଲଷ୍ମୀ ନାରାୟଣ ବେହେରା, କୋଷାଧକ୍ଷ, ଭୂପେନ୍ଦ୍ର ବେହେରା ଓ ଉପଦେଷ୍ଟା ଭାବରେ ଘେନୁ ବେହେରା, ବଂଶୀଧର ବେହେରା, କୁଶ ଧର ବେହେରା, ସୁଦର୍ଶନ ବେହେରା, ଯୋଗେନ୍ଦ୍ର ବେହେରା ବିଷ୍ଣୁ ବେହେରା, ସୁସେଣ ବେହେରା, ଲିଙ୍ଗରାଜ ବେହେରା, ହିରଣ୍ୟ ବେହେରା, ସଡାନନ୍ ବେହେରା, ପଦ୍ମନ ବେହେରା ଏବଂ ବନ୍ଧୀଛୋଡ ବଂଶର ସମସ୍ତ ଙ୍କ ସହଯୋଗ ରେ ବନାବାଡି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ହୋଇଥିଲା l