Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ କ୍ରୀଡା ପ୍ରତିଯୋଗିତା ଆଜି ବୁଧବାର ତୁଳୁବ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଉଭୟ ଉଦଘାଟନୀ ଏବଂ ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକ ଯୋଗ ଦେଇ ଖେଳକୁ ଶୁଭ ଉଦଘାଟନ ଏବଂ ଉଦଯାପିତ କରିଥିଲେ। ଗୋଷ୍ଠୀ ଶିକ୍ଷା ଶାସନ ଅଧିକାରୀ ଚିତ୍ତରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ବ୍ଲକର ୨୧ଗୋଟି ପଞ୍ଚାୟତ ୮୫ଟି ସ୍କୁଲରୁ ମୋଟ ୧୨୦ଜଣ ଦିବ୍ୟାଙ୍ଗ ଛାତ୍ରିଛାତ୍ରା ଅଂଶ ଗ୍ରହଣ କରିଥିଲେ। ଏଥିରେ ୧୦୦ମିଟର ଦୌଡ, ମିଉଜିକ ଚେୟାର, ନିଡିଲ ରେସ, ସର୍ଟ ଫୁଟ, ଜିଲାବି ଖିଆ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଖେଳ କି ସିଆରସିସି ରାମ ଚନ୍ଦ୍ର ସିଂ, ସୁଶିଲ କୁମାର ସାହୁ, ବିନୋଦ ଅର୍କ, ବାରତାଲ ମୁଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ