Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁଜନ ସମାଜ ପାର୍ଟି ତରଫରୁ ବ୍ଲକରେ ଧାରଣା ଓ ଘେରାଉ; ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଆଜି ବହୁଜନ ସମାଜ ପାର୍ଟି ତରଫରୁ ବିଭିନ୍ନ ଦାବି ନେଇ ବ୍ଲକରେ ଧାରଣା ଓ ଘେରାଉ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବା ସହ ବିର୍ସା ଜୟନ୍ତୀ ପାଳନ କଲେ।
ସୂଚନା ଯୋଗ୍ୟ ଯେ, ବହୁଜନ ସମାଜରେ ଆଦିବାସୀ, ଦଳିତ, ଗରିବ ଚାଷୀ ମୂଲିଆଙ୍କ ସମ୍ବଧାନିକ ମୌଳିକ ଅଧିକାର ପ୍ରଦାନ ଦାବିରେ ଏବଂ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ଆଜି ବହୁଜନ ସମାଜ ପାର୍ଟି ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଜମନକିରା ବଜାର ପ୍ରାଙ୍ଗଣରୁ ଜିଲ୍ଲା ସଭାପତି ଆଡଭୋକଟ ଦିଲୀପ ସିଂଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ରାଲିରେ ଆସି ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ଵରେ ବିଡ଼ିଓ ରିନା ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଭୂମି ହୀନ ଆଦିବାସୀଙ୍କୁ ଯଥା ଶୀଘ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଘର ଡିହ ପାଇଁ ଚାରି ଡେସିମିଲ ଜାଗା, ଜଙ୍ଗଲ ଜାତୀୟ ଦ୍ରବ୍ୟ ଯଥା ମହୁଲ, ଚାର, ଲାଖ, ଶାଳ ମଞ୍ଜି ପ୍ରଭୃତିର ଉଚିତ ମୂଲ୍ୟ କେନ୍ଦ୍ର ସରକାର ନିର୍ଧାରଣ କରନ୍ତୁ ଏପରି ବିଭିନ୍ନ ଚଉଦ ଗୋଟି ସମସ୍ୟା ନେଇ ଦାବିପତ୍ରରେ ଉଲ୍ଲେଖ ଥିବା ଶ୍ରୀ ସିଂ ପ୍ରକାଶ କରିଛନ୍ତି।
ଏଇ ଦାବିପତ୍ର ପ୍ରଦାନ ସମୟରେ ଦଳର ରାଜ୍ୟ ସଭାପତି ନାରାୟଣ ଭେଶ୍ରା, ମହିଳା ନେତ୍ରୀ କଳ୍ପନା ନାଏକ, ଲୋକସଭା ପ୍ରଭାରୀ ନବୀନ ନାଏକ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ସଭାପତି ଏସାକ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସହସ୍ରାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ