Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମସିଏଲ ଅଧବାଟରେ ବାଟବଣା:ସୂର୍ଯ୍ୟ ପାଣିଗ୍ରାହୀ

ସମ୍ବଲପୁର:ପଶ୍ଚିମ ଓଡିଶାର ଖଣିଜ ସମ୍ପଦ, ବିଶେଷ ଭାବରେ କୋଇଲା ସମ୍ପଦକୁ ବେପାର କରିବା ପାଇଁ ପ୍ରତିଷ୍ଠା ହୋଇଥିଲା ମହାନଦୀ କୋଇଲା କମ୍ପାନୀ l ସେହି ଦୃଷ୍ଟିରୁ ବହୁତ ଲାଭବାନ ହେଉଥିବା ବେଳେ, ଯେଉଁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି ଏହି ଅଂଚଳବାସୀ ତାହା ଏକ ଉଦବେଗ ଜନକ ବିଷୟ l ସମପରିମାଣରେ କିନ୍ତୁ, ଯେଉଁ ଢଙ୍ଗରେ ପଶ୍ଚିମ ଓଡିଶାର ବିକାଶ କ୍ଷେତ୍ରରେ ସହଯୋଗର ହାତ ବଢାଇବା କଥା ତାହା କରୁନଥିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି ବିଜେପିର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି lଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ସେ କୋଇଲା କମ୍ପାନୀ ହେଉ କି ଏହି ଅଂଚଳରେ ପ୍ରତିଷ୍ଠିତ ଅନ୍ୟ ଶିଳ୍ପାନୁଷ୍ଠାନ ମାନେ ହେଉ, ପୂର୍ବ ଓଡ଼ିଶା ଯେପରି ଭାବରେ ଅଂଚଳର ବିକାଶ ପାଈଁ କାର୍ଯ୍ୟ କରାଯାଉଛି, ସେହି ତୁଳନା ରେ ପଶ୍ଚିମ ଓଡିଶା ରେ ଏମ.ସି.ଏଲ. ତଥା ଅନ୍ୟ କମ୍ପାନୀ ମାନଙ୍କର ସହାୟତା ନଗଣ୍ୟ।
ପଶ୍ଚିମ ଓଡିଶା ଏକ ସଂସ୍କୃତି ସମ୍ପନ୍ନ ଅଞ୍ଚଳ ହୋଇଥିବା ବେଳେ, ଏହି ଅଂଚଳର ସାଂସ୍କୃତିକ, କ୍ରୀଡା ଓ ସାମାଜିକ କ୍ଷେତ୍ରରେ କାର୍ଯ୍ୟକ୍ରମ ତଥା ସମ୍ପୃକ୍ତ କ୍ଷେତ୍ରରେ ଅନବରତ କାର୍ଯ୍ୟ କରୁଥିବା ସଂଗଠନ ମାନଙ୍କୁ ଯେଉଁପରି ଭାବରେ ପ୍ରୋତ୍ସାହିତ କରାଯିବା କଥା ଏମ.ସି.ଏଲ. ତାହା କରୁନାହିଁ ବୋଲି ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି l
ପଶ୍ଚିମ ଓଡିଶାରେ ପ୍ରତିଷ୍ଠିତ କମ୍ପାନୀ ମାନେ କିପରି ଭାବରେ ସେଥି ପ୍ରତି ଯତ୍ନଶୀଳ ହୋଇ କାର୍ଯ୍ୟ କରିବେ ତାର ଏକ ନିର୍ଦ୍ଧିଷ୍ଟ ନିର୍ଦେଶାବଳି ତିଆରି ହେବା କଥା ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l
ଆଗାମୀ ଦିନରେ ପଶ୍ଚିମ ଓଡିଶାର ସାଂସ୍କୃତିକ, କ୍ରୀଡା ଓ ସାମାଜିକ କ୍ଷେତ୍ରରେ ହେଉଥିବା କାର୍ଯ୍ୟକ୍ରମ ଗୁଡିକୁ ଏମ.ସି.ଏଲ. ତଥା ଅନ୍ୟ କମ୍ପାନୀ ମାନେ ସଠିକ ଭାବରେ ପ୍ରୋତ୍ସାହନ କରିବାରେ କାର୍ଯ୍ୟ ଜାରି ନ ରଖିଲେ ବିଭିନ୍ନ ସଂଗଠନ ମାନଙ୍କର ନେତୃତ୍ୱରେ ଆନ୍ଦୋଳନ କରାଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ଶ୍ରୀ ପାଣିଗ୍ରାହୀ ଚେତାଇ ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ