Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲପାଲିରେରେ ନବଜାତ ଶିଶୁ ସପ୍ତାହ ଓ କୈଶୋର ସ୍ୱାସ୍ଥ୍ୟ ସଚେତନତା

ସମ୍ବଲପୁର (ଜମନକିରା):ମୁଣ୍ଢେନପାଲି ଗ୍ରାମପଞ୍ଚାୟତର ରେଙ୍ଗାଲପାଲି ଠାରେ ଆଜି ନବଜାତ ଶିଶୁ ସପ୍ତାହ ପାଳନ କରାଯିବା ସହିତ କୈଶୋର ସ୍ୱାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସାନକୁଣ୍ଢେରା ଅଙ୍ଗନୱାଡି କର୍ମୀ ଗୌରୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ ଡା.ରାଜାରାମ ଷଡଙ୍ଗୀ ନବଜାତ ଶିଶୁ ଯତ୍ନ ଓ ସେମାନଙ୍କ ପାଇଁ ଆମ ସାମାଜିକ ଦାୟିତ୍ୱ ସଂପର୍କରେ ବୁଝାଇଥିଲେ। ଏହାସହିତ କୈଶୋର ବୟସର ଜୀବନ କୌଶଲ, ଖାଦ୍ୟପେୟ,ସୁରକ୍ଷିତ ସ୍ୱାସ୍ଥ୍ୟ ପ୍ରଭୃତି ସଂପର୍କରେ ଆଲୋଚନା କରି ଆଗାମୀ ଦିନ ପାଇଁ ଜଣେ ମାଁ ହେବାକୁ ପୁର୍ବ ପ୍ରସ୍ତୁତି ସଂପର୍କରେ ସଚେତନ କରିଥିଲେ।ଏଥିରେ ମହିଳା ସ୍ୱାସ୍ଥ୍ୟ କର୍ମି ସାହାନୀ ସାହୁ ,ଆଶା ମଞ୍ଜରି ପଣ୍ଡା,ସୁସ୍ମିତା ସାହୁ,ଗାୟତ୍ରି ନାଥ, ଅଙ୍ଗନୱାଡି ମାଗଦାଲି ମୁଣ୍ଡା,ଅଲି ଗର୍ଡିଆ,ଜୌସ୍ନାରାଣୀ ପଣ୍ଡା,ପ୍ରମୂଖ କିଶୋରୀ ସ୍ୱାସ୍ଥ୍ୟ ନେଇ ବିଭିନ୍ନ ବିଷୟରେ ବୁଝାଇଥିଲେ । ସଭାରେ ସ୍ଥାନୀୟ ୱାଡମେମ୍ବର ଅଶ୍ୱିନୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗାଁ କଲ୍ୟାଣ ସମିତିର ବହୁମୂଖି ଜନ ହିତକର କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଅନ୍ୟତମ ଅତିଥି ଭାବେ ନିମାଇଁ ମହାକୁଡ ମଞ୍ଚାସୀନ ଥିଲେ।ଏହି ଅବସରରେ ପ୍ରସୂତୀ ମାଁ ଓ କିଶୋରୀ ବାଳିକାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଭିତ୍ତିକ ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା।ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳରେ ବେଶ ଭୁୟସୀ ପ୍ରଶଂସା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ