Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଜିଲା ସ୍ତରୀୟ ସର୍ଗିଫୁଲ ମହୋତ୍ସବ ଉଦଯାପିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ନେଡିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଚାଲିଥିବା ଜିଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, ଜୀବନ କୌଶଳ ଶିକ୍ଷା ଓ ସର୍ଗିଫୁଲ ମହୋତ୍ସବ ଉଦଯାପିତ ହୋଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଜିଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଏଥିରେ ଅଧକ୍ଷତାରେ କରିଥିଲେ। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଫୁଲବାଣୀ ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ସମ୍ପର୍କରେ ଉଦବୋଧନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟ୍ୟରେ ଫୁଲବାଣୀ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ, ବାଲିଗୁଡା ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଉମେଶ ଚନ୍ଦ୍ର ପ୍ରଧାନ, ବାଲିଗୁଡା ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ସହକାରୀ ଜିଲା ମଙ୍ଗଳ ଅଧିକାରୀ ବିଭିଷଣ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ରୋଦନ ମଳିକ ଚାଙ୍ଗୁ ବାଦ୍ୟ ସହ ନୃତ୍ୟ ପରିବେଷଣ କରିଥିଲେ। ଦୁଇଦିନ ଦିନ ଧରି ଜିଲ୍ଲାର ସମୁଦାୟ ୧୨ ଟି ବ୍ଲକରେ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଚ ଗୀତ ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସଙ୍ଗୀତ ନିର୍ଦେଶକ ତଥା କଣ୍ଠ ଶିଳ୍ପୀ ଅସିତ କୁମାର ନନ୍ଦ, ଗୀତିକାର ଓ ନୃତ୍ୟଗୁରୁ ରଞ୍ଜିତ ମୁଖି, ମଞ୍ଚ ଅଭିନେତା ସୁରପ୍ରସାଦ ନାଏକ, ନୟାଗଡ଼ର ନୃତ୍ୟଗୁରୁ ପଣ୍ଡିତ ରଜନୀ କାନ୍ତ ମହାପାତ୍ର, ଗୁଣୁପୁର ରାୟଗଡାରୁ ଆସିଥିବା ଦିଲୀପ କୁମାର ଚୌଧୁରୀ, ନୟାଗଡ଼ରୁ ଆସିଥିବା ନୃତ୍ୟ ଗୁରୁ ସାରଳା ଦେବି ପ୍ରମୁଖ ବିଚାରକ ଭାବରେ ଯୋଗଦେଇ ଥିଲେ। ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲା ରଣପାଟୁଳି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ଫିରିଙ୍ଗିଆ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧକ୍ଷ କୈଳାଶ ଚନ୍ଦ୍ର ସିଂ ଓ ଗୋଛାପଡା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁ କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ I କାର୍ଯ୍ୟକ୍ରମରେ କଳିଙ୍ଗା ଶିକ୍ଷା ପ୍ରତିଷ୍ଠାନର ଅଧକ୍ଷ ତ୍ରିଲୋଚନ ପଣ୍ଡା ଓ ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ସୁଧୀର କୁମାର ସାହୁ ଦୁଇଦିନ ଧରି ମଞ୍ଚ ପରିଚାଳନା କରିଥିଲେ I ତେବେ ଜୀବନ କୌଶଳ ନାଟକରେ ବାଲ୍ୟ ବିବାହ ଓ ନାରୀ ସଶକ୍ତି କରଣ ଉପରେ ଏକ କ୍ଷୁଦ୍ର ନାଟକ ପରିବେଷଣ କରି ଖଜୁରୀପଡା ବ୍ଲକ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ବେଳେ ସେହିଭଳି ଦଳୀୟ ନୃତ୍ୟରେ ନୃତ୍ୟ ଗୁରୁ ରଞ୍ଜିତ କୁମାର ମୁଖି ଙ୍କ ନିର୍ଦେଶନାରେ ଆଦିବାସୀ ପରମ୍ପରା ଓ ଐତିହ୍ୟ ଉପରେ ଆଧାରିକ ନୃତ୍ୟ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ସର୍ଗିଫୁଲ ମହୋତ୍ସବ ପାଇଁ ମନୋନୀତ ହୋଇଥିଲା। ଅନ୍ୟପଟେ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅଶୋକ କୁମାର ଷଡ଼ଙ୍ଗୀ, ଏକଲବ୍ୟ ବିଦ୍ୟାଳୟର ସଂସ୍କୃତ ପଣ୍ଡିତ ଆଲୋକ କୁମାର ସେନାପତି, ଶିକ୍ଷୟିତ୍ରୀ ଏଲିନା ପ୍ରିୟଦର୍ଶିନୀ ଭଞ୍ଜ,କ୍ରୀଡା ଶିକ୍ଷକ ଅକ୍ଷୟ କହଁର, ଶାସିତ ମଳିକ, ପ୍ରଶାନ୍ତ କୁମାର ସାହୁ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତରହି ପରିଚାଳନାରେ ସହଯୋଗ କରିଥିଲେ।