Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ ସମ୍ମିଳନୀ

ସମ୍ବଲପୁର:ଆଜି ସମ୍ବଲପୁର ସାମ୍ବାଦିକ ଭବନଠାରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସମ୍ବିଳନି ସହ ପୁସ୍ତକ ଉନ୍ମୋଚନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ନିହାଲ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଅନିରୁଦ୍ଧ ପଧାନ ଯୋଗ ଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ହରିହର ମଲ୍ଲିକ, ଡକ୍ଟର ଅଜିତ କୁମାର କୁଲୁ, ଡକ୍ଟର ବାସୁଦେବ ସୁନାନି, ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ରାଷ୍ଟ୍ରୀୟ ସମ୍ପାଦକ ଆଇନଜୀବୀ ଦିପକ ରଂଜନ ବାଗ, ଡକ୍ଟର ମଦନ ମେହେର,ତିଲକ ରାମ ନିଆଲ,ମୁକୁନ୍ଦ ନିଆଲ, ଝସକେତନ ଦିପ, ସୁବେଶ ମୁଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଓଡ଼ିଶା ରାଜ୍ୟ କମିଟିର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ହରିହର ମଲ୍ଲିକ ଙ୍କ ରଚିତ ପୁସ୍ତକ THE UNSUNG SONG OF SHAMBUKA AND OTHER POEM କୁ ଉନ୍ନୋଚନ କରାଯାଇଛି। ଏହାସହ କାଯ୍ୟକ୍ରମ ରେ ରଞ୍ଜନ ସାଗର ଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଝସକେତନ ଦିପ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ