Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଳାହାଣ୍ଡି:୨୨/୧୧ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଲାଭଟା ଗ୍ରାମପଞ୍ଚାୟତ ଟିଙ୍ଗୋପକାନ ଗାଁ ରେ ଏକ ଘଟିଛି ଅଭାବନୀୟ ଘଟଣା।ସ୍ୱାମୀର ମାଡ଼ରେ ସ୍ତ୍ରୀ ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ ଟିଙ୍ଗୋପକାନ ଗାଁର ମଙ୍ଗଳଦେଇ ମାଝୀ(୪୫) ତାଙ୍କ ସ୍ୱାମୀ ବୁଧୁରାମ ମାଝୀ ଙ୍କ ମାଡ଼ରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କୋଣସି କଥା କୁ ନେଇ ଝଗଡା ହୋଇଥିଲା, ତେବେ ଏ ନେଇ ବୁଧୁରାମ ମାଝୀ ମଙ୍ଗଳଦେଇ କୁ ମାଡ଼ ମାରିଥିବା ବେଳେ ସେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।ସକାଳ ହେବା ପରେ ମଧ୍ୟ ପରିବାର ଲୋକେ ପୋଲିସ କୁ ଖବର ଦେଇନଥିବା ବେଳେ ପୋଲିସ କୋଣସି ସୂତ୍ରରୁ ଖବର ପାଇ ଅପରାହ୍ନ ସମୟରେ ଉକ୍ତ ଗାଁ କୁ ଯାଇ ଶବ ଜବତ କରିବା ସହ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି।ତେବେ ମଙ୍ଗଳଦେଇ ଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ଏ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ବୁଧୁରାମ ଫେରାର ମାରିଛି।ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।