Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ଝାଡେଶ୍ୱରୀ ଡିଗ୍ରି ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ

ସମ୍ବଲପୁର (ଧମା): ସ୍ଥାନୀୟ ମାଁ ଝାଡେଶ୍ୱରୀ ଡିଗ୍ରି ମହାବିଦ୍ୟାଳୟ ଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧମା ସରପଞ୍ଚ୍ ଶ୍ରୀମତୀ ଲଲିତା ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଯୁବ ଶକ୍ତି ଓ ଦେଶ ଶକ୍ତି ଭାବେ ଅବିହିତ କରି ନିଜର ଶିକ୍ଷା ଅର୍ଜନ ସହିତ ଦେଶ ମାତୃକାର ସେବା କାର୍ଯ୍ୟରେ ମନ ନିବେଶ କରିବାକୁ ଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ଓ ବୌଦ୍ଧିକ ବିକାଶ ହେଲେ ଜଣେ ଉତ୍ତମ ନାଗରିକ ହେବାରେ ବେଶ ସହାୟକ ବୋଲି ମତ ରଖିଥିଲେ । ଏଥିରେ ମହାବିଦ୍ୟାଳୟ ଅଧ୍ଯକ୍ଷ ଅନିଲ ପ୍ରଧାନ ଅଧ୍ୟକ୍ଷତା କରିଥିଲେ।ଧମା ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଅନିତ ସ୍ୱାଇଁ ଓ ଯୁକ୍ତ ୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ଯକୁ ଯୁବ ସମାଜ ଗ୍ରହଣ କରିପାରିଲେ ଜଣେ ଉତ୍ତମ ନାଗରୀକ ଭାବେ ସେମାନଙ୍କୁ ଠିଆ କରିପାରିବ ବୋଲି ମତ ରଖିଥିଲେ। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଡିଗ୍ରି ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଭା ବିକାଶ କାର୍ଯ୍ୟକ୍ରମକୁ ବିକଶିତ କରିବାକୁ ଲକ୍ଷ ରଖିଥିବା ନେଇ ଅଧ୍ୟାପିକା ସୁଶ୍ରୀ ପାଢୀ ଏହାକୁ ସଂଯୋଜନା କରି କହିଥିଲେ।ସଞ୍ଜୟ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ସୁଦୀପ୍ତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବିକାଶମୂଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ