Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧର୍ମଶାଳା ରେ ଶୁଭାରମ୍ଭ ହେଲା ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ସମାରୋହ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ “କ୍ରୀଡ଼ା ,ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ଏକ ସମନ୍ବିତ ସମାରୋହ -୨୦୨୩ ର ଶୁଭାରମ୍ଭ ହୋଇ ଯାଇଅଛି । ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସାଂସ୍କୃତିକ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ନମିତା ରଥ , କ୍ରୀଡ଼ା ବିଭାଗ ମୁଖ୍ୟ ବରିଷ୍ଠ ଅଧ୍ୟାପକ ଶ୍ରୀ ପ୍ରଫୁଲ୍ଲ ପାତ୍ର ଯୋଗଦେଇ ସରକାରଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଚଳିତ ମାସ ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୨୧ ତାରିଖ ଯାଏଁ ବିଭିନ୍ନ ସମୟରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ନୋଡ଼ାଲ୍ ଅଫିସର୍ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର । ପ୍ରଥମ ଦିନରେ ଅଧ୍ୟାପକ ଅଧ୍ୟାପିକାମାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠାନରେ ଗଠିତ ହୋଇଥିବା ବିଭିନ୍ନ କମିଟିର ଛାତ୍ରଛାତ୍ରୀ ସହଯୋଗରେ ପ୍ରଥମ ଦିନରେ ଓଡ଼ିଆ ପ୍ରବନ୍ଧ “ମୁଁ ଓ ମୋର ପରିବେଶ ” ଏବଂ ଓଡ଼ିଆ ସାଧାରଣ ଜ୍ଞାନ ଓ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।