Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବି ଧାନଚାଷ ଜଳସେଚନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଦାବିପତ୍ର।

କୋକସରା:୨୨/୧୧ ଜାନୁୟାରୀ ୧ ତାରିଖ ରୁ ରବି ଧାନ ଚାଷ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରୁ ଜଳସେଚନ ହେବାନେଇ ଇନ୍ଦ୍ରାବତୀ ଜଳସେଚନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ୬୮ ହଜାର ହେକ୍ଟର ରବି ଜଳ ସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି ସେଥି ମଧ୍ୟରେ ।ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ରେ ୩୪ ହଜାର ୫୧୫.୧୭ ଦକ୍ଷିଣ କେନାଲ ରେ ୮୩ କିମି ପର୍ଯ୍ୟନ୍ତ ୨୦ହଜାର ୦.୭୩ ହେକ୍ଟର ଓ ମେଗାଲିଫ୍ଟ କେନାଲ ରେ ୧୩ ହଜାର ୫୩୩.୧୪ ହେକ୍ଟର ଜମି ରେ ଜଳ ସେଚନ କରାଯିବା ଜଣାପଡିଛି। ସେ ମଧ୍ୟରୁ କୋକସରା ବ୍ଲକ ର ଡହଗାଁ, ମୂଷାପାଲି,ଡାଲଗୁମା ପଞ୍ଚାୟତ କୁ ଜଳସେଚନ ପାଇବାରୁ ବଞ୍ଚିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଜଳ ସେଚନ ଯୋଗାଇ ଦେବାକୁ ଆଜି ଶତାଧିକ ଚାଷି ସ୍ଥାନୀୟ ହାଇସ୍କୁଲ ଛକ ରୁ ଶୋଭାଯାତ୍ରାରେ ବାହାରି ମେଗାଲିଫ୍ଟ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଛନ୍ତି । ବରିଷ୍ଠ ସମାଜସେବୀ ଜନାର୍ଦ୍ଦନ ପଣ୍ଡା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ଜନ ପ୍ରତିନିଧି ଦିଗାମ୍ବର ଦୁରିଆ ଙ୍କ ନେତୃତ୍ୱରେ କୁସୁମଖୁଣ୍ଟି ମେଗାଲିଫ୍ଟ କାର୍ଯ୍ୟାଳୟ ରେ ପହଞ୍ଚି ଜଳ ସେଚନ ଦାବି କରି ନିର୍ବାହୀ ଯନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ଦେଇଥିଲେ ଓ ଯଦି କୌଣସି ସମାଧାନ ନହେଲେ ଆସନ୍ତା ୨୮ତାରିଖରେ ମେଗାଲିଫ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ଅବରୋଧ କରି ତୀବ୍ରତର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।