Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡିର ହରଦୀପ ବାଣ୍ଟିଲେ କମଳ

ସମ୍ୱଲପୁର: ମହାନଗର ନିଗମ ଅନ୍ତର୍ଗତ ୱାର୍ଡ଼ ନମ୍ବର ୪୧ର ମାଳତୀ ଗୁଣ୍ଡେରପୁର ଗାଁର ତୁରୀପଡା ଠାରେ ସମାଜସେବୀ ତଥା ବିଜେଡି ନେତା ହରଦୀପ ସିଂ ଭୂର୍ଜି (ବବି ସିଂ)ଙ୍କ ସୌଜନ୍ୟରୁ ଶୀତ କାଳୀନ ବସ୍ତ୍ର ସାମଗ୍ରୀ (କମଳ) ୩୦ ଜଣ ଅସହାୟ ଗରିବ ବୃଦ୍ଧ/ ବୃଦ୍ଧାଙ୍କୁ ପ୍ରଦାନ କରାଯାଇଛି। ଏଥି ସହିତ ସ୍ଥାନୀୟ ଗରିବ ଦିନ ମଜୁରିଆ ଶ୍ରେଣୀର ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ସେମାନଙ୍କୁ ଓଡିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକର ଉପକାରିତା ଓ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇବା ସହ ଆଗମୀ ୨୦୨୪ ନିର୍ବାଚନ ରେ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେବା ପାଇଁ ଆହ୍ଵାନ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଂପାଦକ ଜଗନ୍ନାଥ ତ୍ରୀପାଠୀ, ମାନେଶ୍ୱର ଜୋନ ୧ସଂଯୋଜକ ଆର୍ତ୍ତତ୍ରାଣ ବାଗ, ମହିଳା ନେତ୍ରୀ ସୁରେଖା ସାହୁ, ମମତା ପଣ୍ଡା, ମୁନି ବେଗମ, ପୂଜା ଯାଦବ, ମାମୀ,ଲିଲୀମା ମଲ୍ଲିକ, ନାଥ ବାଗ, ଅଶ୍ଵିନୀ ସାହୁ , ଆଇନ୍ ଜିବୀ ସଞ୍ଜୀବ ପଟ୍ଟନାୟକ, ପ୍ରଶାନ୍ତ ନାୟକ, ହରୀ ହର ପାଣି, ହରେକୃଷ୍ଣ ସରାଫ, ସୋନୁ ସିଂ ନବୀନ ପଣ୍ଡା ଇତ୍ୟାଦି ଅନେକ କର୍ମୀ ଉପସ୍ଥିତ ଥିଲେ ।