Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ସ୍ମାରକୀ ସପ୍ତାହ ପ୍ରାକ ଐତିହାସିକ ଗୁଡାହାଣ୍ଡି ପରିଦର୍ଶନ କଲେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ଓ ଛାତ୍ରଛାତ୍ରୀ।

କୋକସରା,୨୨/୧୧: ଭୁବନେଶ୍ୱର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ କଳାହାଣ୍ଡି ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରେ ଚାଲିଥିବା ବିଶ୍ୱ ସ୍ମାରକୀ ବା ହେରିଟେଜ୍ ସପ୍ତାହ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ପ୍ରତ୍ନତତ୍ତ୍ୱବିତ୍ ଡ. ଆଶିଷ ରଂଜନ ସାହୁଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଏକ ଦଳ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ଥିତ ଡୁଡୁକାଠେଙ୍ଗା ପଂଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ପହଞ୍ଚିବା ପରେ କୋକସରା ଡିଗ୍ରୀ ମହାବିଦ୍ୟାଳୟ ଓ ଡୋକାରିଚଞ୍ଚରା ଉନ୍ନୟନ କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ର ଅଧିକାରୀ ମାନଙ୍କ ସହ ଛାତ୍ରଛାତ୍ରୀ ମାନେ ପାହାଡ଼ ଉପରେ ଦିର୍ଘ ୩/୪ କିମି ଚାଳି ଚାଲି ଗୁଡାହାଣ୍ଡି ଗୁମ୍ଫାରେ ପହଞ୍ଚି ଏଠାରେ ଥିବା ପ୍ରାକ ଐତିହାସିକ ଶିଳାଲିପି ଓ ସେଠାରୁ ପୁରାତନ ଯୁଗର ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଥିବା ଜଣାଯାଇଛି। ଗୁଡାହାଣ୍ଡି ରୁ ଫେରିବା ପରେ ଶ୍ରୀ ରାମ ମନ୍ଦିର ପରିସରରେ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ କୁ ଅଧ୍ୟାପକ ଐରି ନାସନ ଚିନ୍ଦା ପରିଚାଳନା କରି ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ରହିଥିବା ବିଭିନ୍ନ ପ୍ରାଗ ଐତିହାସିକ କିମ୍ବଦନ୍ତୀ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ବିସୃତ ବିବରଣୀ ପ୍ରଦାନ କରିଥିଲେ।ଏହି ଅବସର ରେ ପ୍ରତ୍ନତତ୍ତ୍ୱବିତ୍ ଡ. ଆଶିଷ ରଂଜନ ସାହୁ,ଅଧ୍ୟାପକ ସୁବ୍ରତ କୁମାର ବେହେରା, ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପୁଷ୍ପରାଜ ମେହେର, ଆନ୍ଥ୍ରୋପୋଲୋଜି ବିଭାଗ ମୁଖ୍ୟ ଡ. ରାଜ କିଶୋର ମାହାନା, ପ୍ରତ୍ନତତ୍ତ୍ୱବିତ୍ ଡ. ଆଶିଷ ରଂଜନ ସାହୁ,କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ଏନଏସଏସ କୋଡ଼ିନେଟର ଚିତ୍ତରଞ୍ଜନ ଖୁଣ୍ଟିଆ, ଡ଼. କୁମୁଦ ଚନ୍ଦ୍ର ନାଏକ, ଡ଼ ନଳିନୀ କାନ୍ତ ରଥ, ଚିରଞ୍ଜିବି ଶବର, ପୁଜାରାଣୀ ବେହେରା,ଅଧ୍ୟାପିକା କନକ ମଞ୍ଜରୀ ବେହେରା,ଉନ୍ନୟନ କମିଟି ସଭାପତି ଭଦ୍ରଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ରହି ଗୁଡାହାଣ୍ଡି ରେ ଅନେକ ପ୍ରାଗ ଐତିହାସିକ ଯୁଗର କିମ୍ବଦନ୍ତୀ ଲୁକ୍କାୟିତ ଅବସ୍ଥାରେ ରହିଛି ଏହାର ଗବେଷଣା ହେଲେ ପୁରାତନ ଯୁଗର ଅନେକ ତଥ୍ୟ ମିଳିବ ବୋଲି କହିଥିଲେ।କାର୍ଯ୍ୟକ୍ରମ କୁ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories