Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡିପଫେକକୁ ନେଇ କେନ୍ଦ୍ର ସରକାର କଠୋର, ଶୀଘ୍ର ଆସିପାରେ ନିୟମ

ନୂଆଦିଲ୍ଲୀ: ଡିପଫେକ୍ ବୈଷେୟିକର ବଢୁଥିବା ବିପଦର ମୁକାବିଲା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର କଡ଼ା ପଦକ୍ଷେପ ନେଇ ପାରନ୍ତି। କୁହାଯାଉଛି ସରକାର ଏହାକୁ ନେଇ କଠୋର ନିୟମ ଆଣି ପାରନ୍ତି, ଯେଉଁଥିରେ ଦୃଢ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି। ଏଆଇର ଅପବ୍ୟବହାର କରାଯାଇ ଫେକ୍ ଭିଡିଓ ସାମାଜିକ ଗଣାମଧ୍ୟମରେ ଭାଇରାଲ୍ କରାଯାଉଛି। କେନ୍ଦ୍ର ସରକାର ଏହି ଦିଗରେ ନିୟମ ଆଣି କଠୋର ଦଣ୍ଡ ବିଧାନର ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସଞ୍ଚାର ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ କହିଛନ୍ତି ଡିଫେକ୍ ଗଣତନ୍ତ୍ର ପାଇଁ ନୂତନ ବିପଦ ଭାବେ ସାମ୍ନାକୁ ଆସିଛି। ତେଣୁ ସରକାର ନୂତନ ନିୟମ ଆଣିବାକୁ ବିଚାର କରୁଛନ୍ତି। ବୈଷ୍ଣବ କହିଛନ୍ତି, ସୋସିଆଲ ମିଡିଆ ମଞ୍ଚ ଏହା ଉପରେ ସହମତ ପ୍ରକାଶ କରିଛନ୍ତି ଯେ, ଡିପଫେକର ସନ୍ଧାନ କରିବା ଏବଂ ଏହାକୁ ରୋକିବା ପାଇଁ ସ୍ପଷ୍ଟ କାର‌୍ୟ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ସରକାର ଏହା ଉପରେ ନୂଆ ନିୟମ ଆଣିବା ପାଇଁ ବିଚାର କରୁଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଚେହେରାକୁ ଡିପଫେକ୍ ଜରିଆେର ବ୍ୟବହାର କରାଯାଇ ଅଶ୍ଳୀଳ ଭିଡିଓ ଭାଇରାଲ୍ କରାଯାଇଥିଲା। ଏହାକୁ ନେଇ ସମଗ୍ର ଦେଶରେ ବିତର୍କର ବିଷୟ ପାଲଟିଥିଲା। ଏହା ପରେ କ୍ୟାଟ୍ରିନା କୈଫଙ୍କ ମଧ୍ୟ ଭିଡିଓ ସାମ୍ନାକୁ ଆସିଥିଲା। ଏହା ଦେଶବାସୀଙ୍କ ପାଇଁ ବଡ଼ ବିପଦ ଭାବେ ସାମ୍ନାକୁ ଆସିଛି।