Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପଞ୍ଚାୟତ ମହିଳା ଜିଆରଏସ,

କୋକସରା୨୩/୧୧ ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପଞ୍ଚାୟତ ଜିଆରଏସ । ମନରେଗା ଯୋଜନାରେ କାମ ବାବଦ ରେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ କର୍ଲାକୋଟ ପଞ୍ଚାୟତର ଜିଆରଏସ ମାରଗେରେଟ ପାଣିଗ୍ରାହୀ ଙ୍କୁ ଲାଞ୍ଚ ନେବା ବେଳେ ଧରିଲା କଳାହାଣ୍ଡି ଭିଜିଲାନ୍ସ।  ମନରେଗା କାମ ପାଇଁ ସିଲାଇଜୋରର ବାବୁଲି ହରିଜନଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଥିଲେ । ପରେ ବାବୁଲି ଏନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିବା ବେଳେ ଆଜି ମାରଗେରେଟଙ୍କ ମୁଖିଗୁଡ଼ା ବାସଭବନରେ ଭିଜିଲାନ୍ସ ରେଡ୍ କରିଥିଲା । ତାଙ୍କ ଘରୁ ନଗଦ ୧୫ ହଜାର ଟଙ୍କା ଜବତ କରିବା ସହ ମାରଗେରେଟଙ୍କୁ ଗିରଫ କରିଛି ।