Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁଚିଣ୍ଡା ଜିଲ୍ଲା ଦାବି

ଜମନକିରା : ଦୀର୍ଘ ଦିନ ଧରି କୁଚିଣ୍ଡା ଉପଖଣ୍ଡକୁ ଏକ ଆଦିବାସୀ ଜିଲ୍ଲା ଭାବରେ ମାନ୍ୟତା ଦେବା ପାଇଁ ଦାବି ହୋଇ ଆସୁଛି। ସରକାର ଙ୍କ ପ୍ରସ୍ତାବରେ କୁଚିଣ୍ଡା କୁ ଏକ ଜିଲ୍ଲା ଘୋଷଣା ପାଇଁ ଦାବି ବିଚାରଧୀନ ରହିଛି। ବିଭିନ୍ନ ସମୟରେ ବିଭିନ୍ନ କମିଟି ପକ୍ଷରୁ ସମ୍ବଲପୁର ଜିଲ୍ଲା ର ସର୍ବ ପୁରାତନ କୁଚିଣ୍ଡା ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପାଇଁ ସର୍ଭେ ରିପୋର୍ଟ ରେ ରହିଥିବା ସମୟରେ ଏହି ଦାବି ବାସ୍ତବ ରୂପ ନେଇପାରୁନାହିଁ। ନବୀନ ସରକାରଙ୍କ ପକ୍ଷରୁ କୁଚିଣ୍ଡା କୁ ଜିଲ୍ଲା ଘୋଷଣା ଦାବିରେ ବିଚାର ଧିନ ଥିବାରୁ ଜିଲ୍ଲା ପୁର୍ନଗଠନ କମିଟି ପକ୍ଷରୁ ଏଥିପାଇଁ ଆନ୍ଦୋଳନ କୁ ସ୍ଥଗିତ ରଖିଛନ୍ତି।ପ୍ରତିମାସରେ ୨୩ ତାରିଖ କୁ କୁଚିଣ୍ଡା ଜିଲ୍ଲା ଦାବି ଦିବସ ଭାବରେ ପାଳନ କରାଯାଉଛି। ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଏହି କମିଟିର ସଦସ୍ୟମାନେ ଏ ନେଇ ଆଲୋଚନା କରି ସରକାର କୁଚିଣ୍ଡା ଜିଲ୍ଲା ଗଠନ ପ୍ରସ୍ତାବ କୁ ବିଚାର ଧିନ ରଖିଥିବା ଦୃଷ୍ଟିରୁ ଜିଲ୍ଲା କମିଟି ପକ୍ଷରୁ ଆନ୍ଦୋଳନକୁ ନ ଯାଇ ବିଧାନସଭା ବାହାରେ ଭୁବନେଶ୍ୱର ଠାରେ ମୁଖ୍ୟ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ୫ଟି ସଚିବଙ୍କ ସହିତ କୁଚିଣ୍ଡା ବିଧାୟକ ମାଧ୍ଯମରେ ସାକ୍ଷାତକାର କରି ଦାବିକୁ ଦୋହରାଇବା ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ ଯେ କୁଚିଣ୍ଡା ଉପଖଣ୍ଡ ବାମଣ୍ଡା ରାଜ ଶାସନ ଅମଳରୁ ଉପଖଣ୍ଡ ମାନ୍ୟତା ପାଉଥିଲେ ମଧ୍ୟ ଜିଲ୍ଲା ନ ହେବା ଦ୍ଵାରା ଉପଖଣ୍ଡ ବହୁ ସମସ୍ୟା ସମାଧାନ ହୋଇପାରୁନାହିଁ। ଗଡପୋଷ ଠାରୁ ଜିଲ୍ଲା ସଦରମହକୁମା କୁ ୧୮୦କିଲୋମିଟର ଦୂରତା ପଡୁଛି। ଆଜି ଜିଲ୍ଲା ପୁର୍ନଗଠନ ସଂଗ୍ରାମ କମିଟି ର ସଭାପତି ପ୍ରମୋଦ ଛୁରିଆ ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ