Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଠାରେ ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପ ଲୋକାର୍ପିତ

ସମ୍ବଲପୁର:ଜଳବାୟୁ ସହନଶୀଳ କୃଷି ଅଭ୍ୟାସର ପ୍ରୋତ୍ସାହନ ପାଇଁ ଟିପିଡବ୍ଲୁଓଡିଏଲ୍ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ପରିଚାଳନା ରେ ସମ୍ବଲପୁର ସ୍ଥିତ ହୋଟେଲ ଶୀଲା ଟାୱାର ରେ ଏକ ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପ ଲୋକାର୍ପିତ ହୋଇଛି। ଏହି ପ୍ରକଳ୍ପ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ୮ ଗୋଟି ଗ୍ରାମ ପଞ୍ଚାୟତରେ ୧୬୯୨ ଚାଷୀଙ୍କ ୧୭୫୦ ହେକ୍ଟର ଜମିରେ କାର୍ଯ୍ୟକାରୀ ହେବ। ମହାଶକ୍ତି ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟିପିଡବ୍ଲୁଓଡିଏଲ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ଗଜାନନ କାଲେ ଏବଂ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଶେଖର ସାହୁ କାର୍ଯ୍ୟକ୍ରମକୁ ଲୋକାର୍ପିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିପିଡବ୍ଲୁଓଡିଏଲର ସିଏସଆର ମୁଖ୍ୟ ଶ୍ରୀମତୀ ଅରୁଣା ମାରାଣ୍ଡି, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ହରିବନ୍ଧୁ ସେଠ୍ , ମାନେଶ୍ୱର ବ୍ଲକ କୃଷି ଅଧିକାରୀ ଶ୍ରୀ ତୁଷାର ମିଶ୍ର , ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀମତୀ ସୁସ୍ମିତା ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମାନେଶ୍ୱର ବ୍ଲକର ଚାଷୀମାନେ ଯୋଗଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ରୋଜାଲିନ ଭୂୟାଁ, ଗୌରୀ ଶଙ୍କର ମେହେର, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।