Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୀବନବିନ୍ଦୁ ଓଡିଶା ମୋ ପରିବାର କାର୍ଯ୍ୟକ୍ରମରେ ସଂଗ୍ରହ ହେଲା ୧୧୩୫ ୟୁନିଟ

ସମ୍ବଲପୁର:ଜୀବନ ବିନ୍ଦୁ ଓଡ଼ିଶା ମୋ ପରିବାର ତରଫରୁ ସିନ୍ଦୂରପଙ୍କ ବଜାର ପଡ଼ିଆଠାରେ ଏକ ମେଗା ରକ୍ତଦାନ ଶିବିର ହୋଇଯାଇଛି । ଏହି ରକ୍ତଦାନ ଶିବିରର ଆଲିମ କାମଦାର୍ ଙ୍କ ନେତୃତ୍ୱରେ କୃଷ୍ଣ ସାହୁ,ଦୁର୍ଗାପ୍ରସାଦ ସାହୁ(ପପୁ),ମାନସ ବୁଶ ଓ ସୟଦ ସଲାମତ ତୁଲାଇଥିଲେ। ଜୀବନବିନ୍ଦୁ ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜିକା ତଥା ସମାଜସେବୀ କବିତା ପୁରୋହିତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରୁଥିବା ବେଳେ
ଏଥିରେ ୧୧୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହି ଅବସରରେ
ମୁଖ୍ୟ ଅତିଥି ଭାବରେ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ କୁନା ବିହାରୀ ଦାସ ଉପସ୍ଥିତ ହୋଇ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କୁ ଅନଲାଇନ ସଂଯୋଗ ଜରିଆରେ ଯୋଗଦାନ କରାଇ ଲୋକଙ୍କୁ ଉତ୍ସାହିତ କରିଥିଲେ ! ସମ୍ବଲପୁର ପୂର୍ବତନ ବିଧାୟକ ଡ.ରାସେଶ୍ବରୀ ପାଣିଗ୍ରାହୀ, ରେଙ୍ଗାଲୀର ପୂର୍ବତନ ବିଧାୟକ ରମେଶ ପଟୁଆ,ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ମ୍ୟୁନିସିପାଲଟି ଉପାଧ୍ୟକ୍ଷ ସିଦ୍ଧାର୍ଥ ସାହା,ଏମ ବି ସତ୍ୟେନ, ମନୋଜ ଖୁଣ୍ଟିଆ, ସୁବାଷ ଚନ୍ଦ୍ର ସାହାଣୀ, ବରିଷ୍ଠ ଚାଷୀ ନେତା ରାମସାଗର ସାହୁ, ସୁବ୍ରତ ସିଂ, ସିଦ୍ଧାର୍ଥ ଦାସ ,ସତେନ୍ଦ୍ର କୁମାର ଦାଶ ସମେତ ଅନେକ ବ୍ୟକ୍ତି ରକ୍ତଦାନ ଶିବିରରେ ଉପସ୍ଥିତ ରହି ଲୋକଙ୍କୁ ଉଦ‌ବୋଧନ ଦେଇଥିଲେ। ମିର୍ଜା ଗୋଲାମ୍ ଓ ମାନବ ଭଞ୍ଜ ଉଭୟ ନିଜ ଟିମ୍ ସହ ଶିବିରକୁ ସାହାଯ୍ୟ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ