Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଷ୍ଠୀ ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ମହୋତ୍ସବ

ସମ୍ବଲପୁର(ମାନେଶ୍ୱର):ଆଜି ଧମା ସ୍ଥିତ ଏମ.ପି.ହାଇସ୍କୁଲ ଠାରେ ଗୋଷ୍ଠୀ ସ୍ତରୀୟ ଶିଶି ବୈଜ୍ଞାନିକ ପ୍ରଦର୍ଶନୀ ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲ ଗୁଡିକର ବିଭିନ୍ନ ଶିକ୍ଷାର୍ଥୀ ବୈଜ୍ଞାନିକ ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ।ଏହି ଉପଲକ୍ଷେ ଉଦଘାଟନି ଉତ୍ସବରେ ମାନେଶ୍ୱର ବ୍ଲକ୍ ଅଧ୍ୟକ୍ଷା ରୁକ୍କଣୀ ମହାନନ୍ଦ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ଗୀତାଞ୍ଜଳି ପାଣ୍ଡେ,ଧମା ସରପଞ୍ଚ୍ ଲଲିତା ପ୍ରଧାନ,ଧମା ଏସବିଆଇ ଶାଖା ପରିଚାଳନ ଅନିଲ ସ୍ୱାଇଁ,ଦେବାଶିଷ ପଟ୍ଟନାୟକ, ରାଧାକାନ୍ତ ସେଠ ଯୋଗ ଦେଇଦେଇ ଶିଶୁ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଅପରାହ୍ନ ଉଦଯାପନି ଉତ୍ସବରେ ଭିସୁଟର ପ୍ରଫେସର ବଂଶିଧର ମାଝି ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ଭାବେ ମାନେଶ୍ୱର ବିଡିଓ ପ୍ରଣବ କୁମାର ଚାନ୍ଦ,ଏଡିଇଓ ଜୟଶ୍ରୀ ଦୋରା,ଜିଲ୍ଲା ପରିଷଦ ସଦସ୍ୟା ସୁରଜା ସେଠ,ଧମା ସରପଞ୍ଚ୍ ଲଲିତା ପ୍ରଧାନ,ଏବିଇଓ ସିତାରାମ ଭୋଇ,ତନୁଜା ମହାପାତ୍ର ଓ ଏମପିଜିଏଏସର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଚ୍ଚିତା ପଣ୍ଡା ଯୋଗ ଦେଇଥିଲେ ଉଭୟ ସଭାରେ ବିଇଓ ତଥା ମହୋତ୍ସବ ସଭାପତି ରମେଶ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ଶିକ୍ଷାର୍ଥୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ