Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୮ ତାରିଖରେ ଶ୍ରୀମନ୍ଦିରର ହେବ ଲେଜର ସ୍କାନିଂ, ରତ୍ନଭଣ୍ଡାରର କରାଯିବ ଯାଞ୍ଚ

ପୁରୀ: ଚଳିତ ମାସ ୨୮ ତାରିଖରେ ଶ୍ରୀମନ୍ଦିରର ହେବ ଲେଜର ସ୍କାନିଂ। ଏ ନେଇ ଶନିବାର ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏଏସଆଇର ପୂର୍ବ ନିର୍ଦ୍ଧାରିତ ଧାର୍ଯ୍ୟ ଦିନରେ ହେବ ଲେଜର ସ୍କାନିଂ। ଏନେଇ ଆଲୋଚନା ପରେ ଏଏସ୍‌ଆଇକୁ ଦାୟିତ୍ଵ ଦିଆଯାଇଛି। ନିର୍ଦ୍ଦିଷ୍ଟ ସମୟ ଦେଖି ଏଏସାଆଇ ଏହି କାର୍ଯ୍ୟ କରିବ।

ସୂଚନା ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଅର୍ଥାତ ୨୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଏହା ପରେ ବାହାର ରତ୍ନଭଣ୍ଡାରର କେଉଁଠି ଫାଟ ରହିଛି ତାହା ଜଣା ପଡ଼ିବ। ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ ପରେ ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ସ୍କାନିଂ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି।

ଲେଜର ସ୍କାନିଂ ପାଇଁ ଯାହା ସହଯୋଗର ଆବଶ୍ୟକ ରହିଛି ସେସବୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ରତ୍ନ ଭଣ୍ଡାରର ସୁରକ୍ଷା ନେଇ ହାଇକୋର୍ଟଙ୍କ ଆଦେଶକ୍ରମେ ଏହି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସକ ଓ ରାଜ୍ୟ ସରକାର। ଏ ସଂକ୍ରାନ୍ତରେ ହାଇକୋର୍ଟରେ ବିଜେପି ପକ୍ଷରୁ ଆବେଦନ କରାଯାଇଥିଲା। ବୁଦ୍ଧିଜୀବୀ ମହଲରେ ମଧ୍ୟ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।