Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୩ ଦିନରେ ମାତ୍ର ୨ ଘଣ୍ଟା ଚାଲିଲା ଅଗର ମେଶିନ, ଫସିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ଅନ୍ୟ ବିକଳ୍ପ ଖୋଜା

ଉତ୍ତରକାଶୀ: ଉତ୍ତରାଖଣ୍ଡରେ ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି। ତେବେ ଅନ୍ତିମ ପର୍ଯ୍ୟାୟରେ ଗୋଟିଏ ପରେ ଗୋଟିଏ ବାଧା ଉପୁଜୁଛି ଏବଂ ଏହା ଶେଷ ହେବାର ନାଁ ବି ନେଉନି। ଶ୍ରମିକଙ୍କ ନିକଟକୁ ପହଞ୍ଚିବା ପାଇଁ ଯେଉଁ ଅଗର ମେସିନକୁ ସବୁଠୁ ବଡ଼ ହତିଆର କୁହାଯାଉଥିଲା ତାହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବା ପରେ ଗତ ତିନି ଦିନରେ ମାତ୍ର ୨ ଘଣ୍ଟା ଚାଲି ପାରିଛି।

ଏହି କାରଣରୁ ଅଭିଯାନରେ ଏବେ ଅଗର ମେସିନର ବିକଳ୍ପ ସନ୍ଧାନ ଖୋଜା ଯାଉଛି। ଆମେରିକା ଜ୍ଞାନ କୌଶଳରେ ଆଧାରିତ ଉଚ୍ଚକ୍ଷମତା ସଂପନ୍ନ ଅଗର ମେସିନ ପହଞ୍ଚିବା ପରେ ଉଦ୍ଧାର ଓ ରିଲିଫ କାମ ଦ୍ରୁତ ଗତିରେ ଚାଲିଥିଲା। ମେସିନ ବୁଧବାର ରାତି ୧୨ଟା ଯାଏ ୮୦୦ ଏମଏମ ଚଉଡ଼ାର ପାଇପକୁ ଅତଡ଼ା ଭିତରେ ୪୮ ମିଟର ଯାଏ ପକାଇବାରେ ସଫଳ ହୋଇଥିଲା।

ହେଲେ ଆଉ ୧୨ ମିଟର ଦୂରତାରୁ ଅଗର ମେସିନ ଖରାପ ହୋଇ ଯାଇଥିଲା। ମେସିନର ବେସ୍ ବି ଦୋହଲି ଯାଇଥିଲା। ଯାହାକୁ ୪୮ ଘଣ୍ଟା ପରେ ଶୁକ୍ରବାର ଅପରାହ୍ଣ ୪ଟାରେ ଚାଲୁ କରାଯାଇଥିଲା। ଏହା ପରେ ମେସିନ ପ୍ରାୟ ୨.୨ ମିଟର ପାଇପକୁ ଭିତରେ ଭର୍ତ୍ତି କରିବାରେ ସଫଳ ହୋଇଥିଲା। ମାତ୍ର ଶୁକ୍ରବାର ସନ୍ଧ୍ୟାରେ ୬.୪୦ ମିଟରରେ ପୁଣି ଥରେ ଅତଡ଼ାରେ ଗାର୍ଡର ଆସିବାରୁ ମେସିନ କ୍ଷତିଗ୍ରସ୍ତ ହୋଇଥିଲା।

ଏବେ ଏହି ମେସିନ ଜାଗାରେ ଅନ୍ୟ ବିକଳ୍ପ ଖୋଜା ଯାଉଛି। ବୁଧବାର ରାତି ୧୨ଟାରୁ ଶନିବାର ରାତି ୧୨ଟା ଯାଏ ୭୨ ଘଣ୍ଟାରେ ଅଗର ମେସିନ ମାତ୍ର ୨ ଘଣ୍ଟା ୨୦ ମିନିଟ୍ ଚାଲି ପାରିଛି। ଏହି ସମୟରେ କେବଳ ୨.୨ ମିଟର ପାଇପକୁ ଭିତରକୁ ଭର୍ତ୍ତି କରାଯାଇ ପାରିଛି। ଏବେ ମଧ୍ୟ ଶ୍ରମିକ ପାଇପର ଗୋଟିଏ ପାର୍ଶ୍ଵରୁ ୮ରୁ ୧୦ ମିଟର ଦୂରରେ ଅଛନ୍ତି।