Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଦ୍ଧୁ ହେଲେ ସାହା,ଅମ୍ବିକାକୁ ମିଳିବ ନୂଆଘର

ସମ୍ବଲପୁର:ସ୍ଥାନୀୟ ବଡ଼ବଜାର ୱାର୍ଡ ନମ୍ବର-୧୭ ଅନ୍ତର୍ଗତ ମଝିପଡା ନିବାସୀ ଅମ୍ବିକା ମେହେର ଯାହାର ଆଉକେହି ନାହାନ୍ତି।ସ୍ଵାମୀ ଆରପାରିକୁ ଛାଡି ଚାଲିଯିବାପରେ ସେ ଏକା ଜୀବନ କାଟୁଛନ୍ତି।ଘରକୁ ଘର ବୁଲି ବାସନ ମାଜି ଏକ ଛୋଟ କୁଡିଆରେ ରହୁଥିଲେ।ଏହା ସମାଜସେବୀ ସିଦ୍ଧାର୍ଥ ସାହା(ସିଦ୍ଧୁ)ଙ୍କ ନଜରକୁ ଆସିବାପରେ ଆଜି ଚତୁର୍ଥ ଶ୍ରେଣୀ ଛାତ୍ରୀ ଶ୍ରେୟା ରାଣୀ ରାୟଙ୍କ ହାତରୁ ନଡ଼ିଆ ଫଟାଇ-ପୂଜାର୍ଚ୍ଚନା କରି ତାଙ୍କ ରହିବା ପାଇଁ ଏକ ପକ୍କା ଘରର ବ୍ୟବସ୍ତା କରିବାକୁ କାମ ଆରମ୍ଭ କରାଇଛନ୍ତି ।ଏହା ସାଧାରଣରେ ବେଶ ପ୍ରଶଂସା ହୋଇଅଛି ।ଏହି ଅବସରରେ ରାମନାଥ ସାହୁ,ପୂର୍ଣ୍ଣିମା ନାଗ,ଅନୁ ସିଚୁଆ,ମନ୍ଦାର ସେଠ,ସୁକୁନ ଲମ୍ଭା,ବାସନ୍ତୀ ମେହେର ଓ ଦୁଲାଲ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ