Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାକା ବାଲାଜୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ବ୍ରହ୍ମପୁର: କୁକୁଡ଼ାଖଣ୍ତିଗ୍ରାମର ସ୍ୱର୍ଗତ ସାକା ବାଲାଜୀ ସେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ତଥା ବ୍ଲକ ଅଧ୍ୟକ୍ଷ ଥିବା ସମୟରେ ସେ ସମସ୍ତ ଲୋକ ପ୍ରତିନିଧୂ ଓ ଲୋକଙ୍କ ଦାବିକୁ ସ୍ନେହ ଓ ଶ୍ରଦ୍ଧାର ସହ ବିଚାର କରି ସାମାଜିକ ଓ ଉନ୍ନତ ମୂଳକ କାର୍ଯ୍ୟ ନିଜକୁ ନିୟୋଜିତ ରଖିବା ସହ ସମସ୍ତଙ୍କ ସ୍ନେହ ଓ ଶ୍ରଦ୍ଧାର ପାତ୍ର ହୋଇପାରିଥିଲେ । ତାଙ୍କର
ଜୀବନର ଶେଷ ସମୟରେ ପ୍ରଭୁ ଇଶ୍ୱରଙ୍କ କୃପା ଲାଭ କରିଥିଲେ । ଏକ ସିଦ୍ଧାନ୍ତରେ ପହଞ୍ଚ୍ କୁକୁଡାଖଣ୍ଡି ଗ୍ରାମର ମୁକ୍ତେଶ୍ୱର ପୁରୁଣା ମନ୍ଦିରର ପୁନରୁଦ୍ଧାର ବହୁ ଆଡମ୍ବର ସହକାରେ ସମାପନ କରାଇଥିଲେ । ଯାହା ଗ୍ରାମ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥୁଲା ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଏକ କମିଟି ଗଠନ କରିଥିଲେ । ଯାହାକି ତାଙ୍କ ପୁତ୍ର ସାକା ସୂଜିତଙ୍କ ସଭାପତିତ୍ବରେ ବର୍ତ୍ତମାନ କାର୍ଯ୍ୟକାରୀ ହୋଇ ନିର୍ମାଣ ପଥରେ ଆଗେଇ ଚାଲିଛି । ରବିବାର ଦିନ
ସ୍ୱର୍ଗତ ସାକା ବାଲାଜୀଙ୍କ ପ୍ରତିମୂର୍ତି ମନ୍ଦିର ପରିସରରେ ପ୍ରତିଷ୍ଠା ହେବା ଅବସରରେ ସେହି ମହାନ୍ ବ୍ୟକ୍ତିଙ୍କ ସ୍ମୃତି ଚାରଣ କରିବା ସହ ସମାଜ ପ୍ରତି ତାଙ୍କ ମହତ୍ ଚିନ୍ତାଧାରା ଓ ସତ୍ୟନିଷ୍ଠା କାର୍ଯ୍ୟକୁ ମନେ ପକାଇବା, ଏହାହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ତଥା ମହାନ କର୍ମଯୋଗୀ ସ୍ୱର୍ଗତ ସାକା ବାଲାଜୀଙ୍କ ପ୍ରତିମୂର୍ତ୍ତିକୁ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ କୁକୁଡାଖଣ୍ଡି ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚନ କରିଛନ୍ତି l ଡ଼ାକବଙ୍ଗଳା ଠାରେ ଏକ ବିରାଟ ଶୋଭାଯାତ୍ରା ବାଇଦ ବାଜଣା ମାଧ୍ୟ୍ୟମରେ ହଜାର ହଜାର ଶୁଭେଛୁ ଙ୍କ ଗହଳରେ ଅତିଥି ମାନଙ୍କୁ ପାଛୋଟି ନିଆଯାଇଥିଲା l କୁକୁଡାଖଣ୍ଡି ରଥ ଚକରଡ଼ା ଛକ ରେ ସାକା ବାଲାଜୀଙ୍କ ଜୀବନ ଶୈଳୀ କୁ ନେଇ ଏକ ବିରାଟ ସୃତି ସଭା ଅନୁଷ୍ଠିତ ହୋଇଥିଲା l ସଭାରେ ଅବସରପ୍ରାପ୍ତ ଉପ ଜିଲ୍ଲାପାଳ ଡି. ଜଗନ୍ନାଥ ସଭାପତିତ୍ୱ କରିଥିଲେ। ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ନେତା କେ. ମଣିବାବୁ ମଞ୍ଚ ପରିଚାଳନା କରିଥିଲେ । ସରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ସାଙ୍ଗକୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା l ଏଲମା ସମାଜ ପକ୍ଷରୁ ଅଦଲ ନନ୍ଦ କିଶୋର ଜୀବନ କାହାଣୀ କୁ ନେଇ ଆଦୃତ ସ୍ୱରଣିକା ପଠନ କରିବା ସାଙ୍ଗକୁ ମଂଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଛ ଉପଢ଼ୋକନ ଦେଇ ସମ୍ମାନୀତ କରାଯାଇଥିଲା । ଏଥିରେ ସମ୍ମାନୀତ ଅତିଥି ଭାବେ ଗୋପାଳପୁର ପୂର୍ଵତନ ବିଧାୟକ ଡ଼. ତ୍ରିନାଥ ବେହେରା, ବ୍ରହ୍ମପୁର ପୂର୍ଵତନ ବିଧାୟକ ଶିବଶଙ୍କର ସାହାଣୀ, ପୂର୍ବତନ ବିସିସି ବ୍ୟାଙ୍କ ସଭାପତି ଡି. ବିଶ୍ୱନାଥ, ମହନ୍ତ ଚିନ୍ମୟ ନନ୍ଦ ଦାସ, ଗଞ୍ଜାମ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ପ୍ରମୋଦ ଜେନା, ବରିଷ୍ଠ ସାମ୍ବାଦିକ ରବି ରଥ, ପୂର୍ବତନ ବିଡିଏ ଅଧ୍ୟକ୍ଷ କୈଳାଶ ରଣା ,ଯୁବ ନେତା ଦିଲୀପ କୁମାର ପାତ୍ର, ନିତ୍ୟାନନ୍ଦ ଦଳେଇ ,ଆନ୍ଧ୍ର ପ୍ରଦେଶର ତୁଙ୍ଗ ନେତା ଇପିଲି କ୍ରିଷ୍ଣା, ଇପିଲି ଲିଲା , ବରିଷ୍ଠ ଆଇନଜୀବି ନିରଞ୍ଜନ ପାଣିଗ୍ରାହୀ, ଆଇନଯିବି ଡି. ଶଙ୍କର ଆଚାରୀ, ବରିଷ୍ଠ କଂଗ୍ରେସ ନେତା ପ୍ରୋମଦ କୁମାର ଦାସ, ପୂର୍ବତନ ସରପଞ୍ଚ ଅଦଲ ଚେନ୍ନେୟା , ରଞ୍ଜନ ପଟ୍ଟନାୟକ, ସୁଦର୍ଶନ ସେଠୀ, ବନମାଳୀ ଜେନା, ଗଦାଧର ଜେନା, ପି.ଶିବପ୍ରସାଦ ଦୋରା, ସୁଦାମ ଗୌଡ଼, ଅଦଲ ଭରତ, ଏଲେମା ସମାଜର ସଭାପତି ଅଦଲ କ୍ଷେତ୍ରବାସୀ, ଅଦଲ ଚକ୍ରପାଣି, ସାକା ଅଜିତ, ଅଦଲ ଚେନେୟା, ସାକା ରଜତ ସମେତ ହଜାର ହଜାର ଲୋକ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ଆଇନ ଶୃଙ୍ଖଳା ନିୟନ୍ତ୍ରଣ କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l ଶେଷରେ ଏହି କାର୍ଯ୍ୟକ୍ରମର ଆୟୋଜନ ତଥା ସାକା ବାଲାଜୀଙ୍କ ସୁପୁତ୍ର ସାକା ସୁଜିତ ଧନ୍ୟବାଦ ପ୍ରଦାନ ପ୍ରଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ