Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୂଷାପାଲି ଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ।

କୋକସରା:୨୭/୧୧ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କୋକସରା ବ୍ଲକ ମୂଷାପାଲି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ କଂଗ୍ରେସ ନେତା ପୁରୁଷୋତ୍ତମ ଗୁପ୍ତା, ସମ୍ମାନିତ ଅତିଥି ଭାବେ ବିଜେପି ନେତା ଘନଶ୍ୟାମ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ଅକ୍ଷୟ ନାଏକ, ସମିତି ସଭ୍ୟା ଅଞ୍ଜନା ଦୁର୍ଗା ଯୋଗଦେଇ ମଞ୍ଚ ଉଦଘାଟନ କରିଥିଲେ ଓ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ସମସ୍ତ ଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ର ଶୁଭେଚ୍ଛା ସହ ବ୍ଲକ ଉନ୍ନୟନ ରେ ସହଯୋଗ ଓ ସହଭାଗିତା କରିବାକୁ ନିବେଦନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଙ୍କୁ ବିମୋହିତ କଟିଥିଲେ। ମଞ୍ଚ କୁ ଦିଗାମ୍ବର ନାଗ ସଂଯୋଜନା କରିଥିଲେ।