Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା

ବରଗଡ଼ :ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ବରଗଡ଼ର ଘରୋଇ ବିଦ୍ୟାଳୟ ବିଦ୍ୟାସାଗର‌ଏକାଡୋମିରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥିଭାବେ ଓଡିଶା ଅଭିଭାବକ ମହାସଂଘର ସଭାପତି ତଥା ଆଇନଜୀବି ବିମଲ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ବିରେନ୍ଦ୍ର ପ୍ରତାପ ସାହୁ, ସଭାପତି (ସମ୍ବଲପୁର ମଣ୍ଡଳ), ବିଶିଷ୍ଟ ସମାଜସେବୀ ତଥା ଉପଦେଷ୍ଟା ଶିବାନନ୍ଦ ମଟାରୀ, ବିଦ୍ୟାଳୟର ଅଧ୍ୟକ୍ଷ ବଲରାମ ବିଶି, ବିଦ୍ୟାଳୟର ନିର୍ଦ୍ଦେଶକ ଡଃ ଜୟଦେବ ଭୋଇ, ବିଦ୍ୟାଳୟର ମୁଖ୍ୟ ଶ୍ରୀମତୀ ସୁଷମା ଭୋଇ,ଜନ କଲ୍ୟାଣ ସେବା ଟ୍ରଷ୍ଟ ର ‌ ପ୍ରତିଷ୍ଠାତା/ସଭାପତି ମୁକୁନ୍ଦ ଦାଶ, ସଦସ୍ୟ ନିହାର ରଞ୍ଜନ ପ୍ରଧାନ, ସଦସ୍ୟ ବୃନ୍ଦାବନ ବେହେରା ଉପସ୍ଥିତ ରହି ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ସହଯୋଗ କରିଥିଲେ ।ଏହି ପ୍ରତିଯୋଗିତାରେ ୩୦ ସଂଖ୍ୟାର ଏକ ପ୍ରଶ୍ନ ପତ୍ର ପ୍ରଦାନ କରାଯାଇଥିଲା।ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅର୍ଚିତା ସାହୁ,ଦୃତୀୟ ପ୍ରତିଭା ସାହୁ,ତୃତୀୟ ସ୍ଵାତି ଶ୍ରୀ ଶତପଥି ଓ ଚତୁର୍ଥ ସ୍ଥାନରେ ଆରିଏନ ଶତପଥି ଉତ୍ତୀର୍ଣ୍ଣ ହୋଇଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା ପରେ ଜନ କଲ୍ୟାଣ ସେବା ଟ୍ରଷ୍ଟକୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।ପରେ ବିଦ୍ୟାଳୟର ସୁଷମା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ