ଭାଲୁ ଆକ୍ରମଣ ରେ ମୃତ୍ୟୁ ଘଟଣା, ବିଭାଗ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ।

କୋକସରା:୨୮/୧୧ କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ବରାଡୋଙ୍ଗା ପଞ୍ଚାୟତ ତେତେଲପଡା ଗାଁ ର କମଳ ହରିଜନ (୪୬) ଙ୍କୁ ଗତ ଅଗଷ୍ଟ ମାସ ୧୬ ତାରିଖ ସନ୍ଧ୍ୟା ସମୟରେ ଶୌଚ ପାଇଁ ଗାଁ ନିକଟସ୍ଥ ଜଙ୍ଗଲ କୁ ଯାଇଥିବା ବେଳେ ୨ ଟି ଭାଲୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପରେ ଭବାନୀପାଟଣା ଓ ପରେ ବୁର୍ଲା ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା ହେଲେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ରେ ସମସ୍ତ ରିପୋର୍ଟ ପରେ ଜଙ୍ଗଲ ବିଭାଗ ପକ୍ଷରୁ ମଙ୍ଗଳବାର ବରାଡୋଙ୍ଗା ପଞ୍ଚାୟତ ପରିସରରେ ମୃତବ୍ୟକ୍ତି ଙ୍କ ସ୍ତ୍ରୀ ପଦ୍ମା ହରିଜନ ଙ୍କୁ ସ୍ଥାନୀୟ ବିଧାୟକ ମୋୖଷଧି ବାଗ କ୍ଷତିପୂରଣ ରାଶି ବାବଦ ରେ ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ଼ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କୁଅର, ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ, ଫରେଷ୍ଟ ଗାର୍ଡ ଗାୟତ୍ରୀ ନାଏକ, ମହେଶ କୁମାର ମହାପାତ୍ର, ନାରାୟଣ ନାଗ, ସମାଜସେବୀ ଟିକଚନ ସେଠି, ପ୍ରସନ୍ନ ବାରିକ ସମେତ ଫରେଷ୍ଟ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଜଙ୍ଗଲ ବିଭାଗ ର ଅଧିକାରୀ ମାନେ ସନ୍ଧ୍ୟା ଓ ରାତି ସମୟରେ ଜଙ୍ଗଲ ନିକଟବର୍ତ୍ତୀ ଗାଁ ରେ ସତର୍କ ରହିବାକୁ ସଚେତନ କରିବା ସହ ଭାଲୁ ଦେଖିଲେ ତୁରନ୍ତ ଜଙ୍ଗଲ ବିଭାଗୀୟ କର୍ମଚାରୀ ଙ୍କୁ ସୂଚନା ଦେବାକୁ ସଚେତନ କରିଛନ୍ତି।