Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁଫଗା ରେ ଆମ ବ୍ୟାଙ୍କ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୨୮/୧୧ ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକ ପଂଚାୟତ ରେ ବ୍ୟାଙ୍କ ସେବା ର ମଙ୍ଗଳବାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫଗା ପଞ୍ଚାୟତ ରେ ଆମ ବ୍ୟାଙ୍କ ଶୁଭାରମ୍ଭ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ରେ ସାମିଲ ହୋଇଥିଲେ ବିଧାୟକ ଓ ଜନ ପ୍ରତିନିଧି ଓ ଅଞ୍ଚଳ ର ଜନସାଧାରଣ ଫୁଫଗା ଠାରେ ଆୟୋଜିତ ଆମ ବ୍ୟାଙ୍କ ଉଦଘାଟନ ଅବସର ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ସ୍ନେହାପ୍ରଭା ମାଝୀ,ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ଗଜାନନ ପୁଝାରି ଓ ଜନ ପ୍ରତିନିଧି, ମିଶନ ଶକ୍ତି ର ମହିଳା କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ବିଧାୟକ ଶ୍ରୀ ବାଗ ଆମ ବ୍ୟାଙ୍କ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଏହି ବ୍ୟାଙ୍କ ଉଦଘାଟନ ଫଳରେ ପ୍ରତି ପଞ୍ଚାୟତ ରେ ବୃଦ୍ଧ ବୃଦ୍ଧା, ଗର୍ଭବତୀ ମହିଳା, ଭିନ୍ନକ୍ଷମ ମାନେ ନିଜ ଗାଁ ରେ ବ୍ୟାଙ୍କ ର ସୁବିଧା ସୁଯୋଗ ପାଇବେ ବୋଳି କହିଛନ୍ତି। ଆମ ବ୍ୟାଙ୍କ ଉଦଘାଟନ ଅବସର ରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories