Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକତା ଓ ନିରପେକ୍ଷତା ସାମ୍ବାଦିକତା ସମାଜର ଦର୍ପଣ ପରି: ଏସୟୁେ

ବରଗଡ:ସାମ୍ବାଦିକଙ୍କ ଏକତା ଓ ନିରପେକ୍ଷତା ସାମ୍ବାଦିକତା ସମାଜର ଦର୍ପଣ ପରି କାମକରିଥାଏ। ଏଣୁ ସାମ୍ବାଦିକ ମାନେ ସମାଜର ସୂତ୍ରଧାର ଭାବେ ସମାଜକୁ ସବୁବେଳେ ଦର୍ଶନ ଦେଇଥାନ୍ତି। ଆଜି ବରଗଡ ସହରର ହୋଟେଲ ସ୍ୱସ୍ତିକ ସଭାକକ୍ଷରେ ରାଜ୍ୟ ସାମ୍ବାଦିକ ସଂଘ(ଏସୟୁଜେ) ପକ୍ଷରୁ ବରଗଡ ଜିଲ୍ଲା ସାମ୍ବାଦିକ ସଂଘ ଶାଖାର ଏକ ବୈଠକରେ ବକ୍ତାମାନେ ଏଭଳି ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ମାଁ ସମଲେଶ୍ବରୀଙ୍କ ଠାରେ ଦୀପ ପ୍ରଜ୍ଜଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ଜିଲ୍ଲା ସଂଘର ଆବାହକ ବିଜୟ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେବାପରେ ରାଜ୍ୟ ସଂଘର ସଭାପତି କୈଳାସ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସହ ସଂପାଦକ ମହେନ୍ଦ୍ର ଦର୍ଜି,ଜାତୀୟ କାର୍ଯ୍ୟକାରିଣି ନିମନ୍ତ୍ରିତ ସଭ୍ୟ ଗଗନ ଶର୍ମା,ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଶଶିଭୂଷଣ ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂଗଠନିକ ଶକ୍ତିହିଁ ନ୍ୟାର୍ଯ୍ୟ ଅଧିକାରର ମୂଳଧାର ବୋଲି କହିଥିଲେ। ଏହି ଅବସରରେ ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ଶାଖାର ନୂତନ କର୍ମକର୍ତ୍ତା ଘୋଷଣା କରାଯାଇଥିଲା। ସଭାରେ ବରଗଡ ଜିଲ୍ଲା ସହିତ ସମ୍ବଲପୁର ଓ ସୋନପୁର ବଲାଙ୍ଗୀରର ବହୁ ସାମ୍ବାଦିକ ଯୋଗଦେଇଥଲେ ।ବୈଠକରେ ଉପସ୍ଥିତ ସମ୍ବଲପୁର ଜିଲ୍ଲା ସଂଘ ସଭାପତି ରବୀନ୍ଦ୍ର ଦାନୀ, ଜିତେନ୍ଦ୍ର ମୁଦୁଲି,ପ୍ରମୋଦ ବହିଦାର,ଦୀପକ ପ୍ରସାଦ,ଗଜେନ୍ଦ୍ର ଭୋଇ ସତ୍ୟପ୍ରିୟ ମହାପାତ୍ର,ରିପନ ନାୟକ, ସତ୍ପନ ବାଗ, ଆନନ୍ଦ ମହାପାତ୍ର ପ୍ରମୂଖ ସମସ୍ତ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଜିଲ୍ଲା ସଂଘ ପକ୍ଷରୁ ମେମୋଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ କିଶୋର ଚନ୍ଦ୍ର ପାଢୀ,ମାଧବ ପ୍ରସାଦ ସାହୁ,ପଭାସ ଦାଶ,ବାଲାଜୀ ବଭେ ରଞ୍ଜନ ତରାସିଆ, ନିତ୍ୟାନନ୍ଦ ବାଗ୍,ସୋମନାଥ ଭୋଇ, ଚନ୍ଦ୍ରମଣି ବେହେରା,ବାଳ କିଶୋର ଖାଡଙ୍ଗା,ରାକେଶ ଯୋଶୀ,ସୁଶାନ୍ତ ପଣ୍ଡା ବିଦ୍ୟାଧର ସାହୁ,ଅସିତ ସ୍ୱାଇଁ,ମକରଧ୍ୱଜ ବଘାର ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ