Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ବିକାଶ କାର୍ଯ୍ୟକ୍ରମ

ସମ୍ବଲପୁର(ପଡିଆବାହାଲ):ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପଡ଼ିଆବହାଲର ସମନ୍ୱିତ ବିକାଶ କାର୍ଯ୍ୟକ୍ରମ ପ୍ଲାଷ୍ଟିକ ନିଶିଦ୍ଧ ସଚେତନତା ପରିକ୍ରମାରୁ ଆରମ୍ଭ ହୋଇଯାଇଛି। ଉକ୍ତ ଉତ୍ସବରେ କବିତା ସାହୁ ଯୁଯୋମୁରାଞୋନ-୧ ଜିଲ୍ଲା ପରିଷଦ ସଭ୍ୟା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ l ବିଦ୍ୟାଳୟରୁ ସାମାଜିକ ସଚେତନତା ପାଇଁ ଏକ ରାଲି ବାହାରି ପଡ଼ିଆବାହଲ ,ସାପ୍ତାହିକ ହାଟ ପରିକ୍ରମା କରିଥିଲା l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ମହାପାତ୍ର ,ନୋଡାଲ ଅଫିସର ପିକେ ନାୟକ , ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୀଣ କୁମାର ସୂପକାର, ପ୍ରସନ୍ନ ସାହୁ ,ଅମିତ୍ ନାଗ,ସୁନୀତା ଚାନ୍ଦ, ଦ୍ରୌପଦୀ ପ୍ରଧାନ,ରଶ୍ମିତା ସାହୁ,ସସ୍ମିତା ବେହେରା,ରାଜାରାମ ନାୟକ,ପ୍ରଦୀପ ନାୟକ, ପ୍ରଦିପ ଦଣ୍ଡସେନା,ଉମେଶ ଚନ୍ଦ୍ର ଶତପଥୀ ପ୍ରମୂଖଙ୍କ ଉପସ୍ଥିତିରେ ସମସ୍ତ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ