Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୩୧୪ ବ୍ଲକର ମୁଖ୍ୟ ହାଟ,ବଜାରରେ ବଦଲାଇ ପାରିବେ କଏନ ଓ ମଇଳା ଚିରାଫଟା ନୋଟ- ଆରବିଆଇ

ଭୁବନେଶ୍ବର: ସମସ୍ତଙ୍କ ପାଇଁ ଆସିଲା ପୁଣି ଏକ ଖୁସୀ ଖବର।ରାଜ୍ୟର ସମସ୍ତ ୩୧୪ ବ୍ଲକରେ ହେବ କଏନ ବଦଳ (ଏକ୍ସଚେଞ୍ଜ) କାର୍ଯ୍ୟକ୍ରମ।ଆସନ୍ତା ୩ ମାସ ମଧ୍ୟରେ ସବୁ ବ୍ଲକର ମୁଖ୍ୟ ମୁଖ୍ୟ ବଜାର ସ୍ଥାନ ଗୁଡିକରେ ଏହି ଏକ୍ସଚେଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆର୍‌ବିଆଇ)ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ଏହି ସୂଚନା ଦେଇଛନ୍ତି।ଲୋକମାନେ ନିଜ ପାଖରେ ରଖିଥିବା କଏନ ସହ ମଇଳା ଓ ଚିରାଫଟା ନୋଟ୍ ଏହି ଅସ୍ଥାୟୀ କ୍ୟାମ୍ପ ଗୁଡିକରେ ବଦଳାଇ ପାରିବେ ।ଆସନ୍ତା ମାସରୁ ଏହା ୩ ମାସ ଅର୍ଥାତ ଫେବୃୟାରୀ ମାସ ଶେଷ ସୁଦ୍ଧା ପର୍ଯ୍ୟାୟ କ୍ରମେ ବିଭିନ୍ନ ବଜାର ଓ ହାଟ ମାନଙ୍କରେ ଆରବିଆଇ ପକ୍ଷରୁ ଖୋଲିବାକୁ ଥିବା କ୍ୟାମ୍ପ ମାନଙ୍କରେ ବଦଲାଇ ପାରିବେ।