Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପତଙ୍ଗ ସହାୟତାରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଳ୍ପାରେ ପତଙ୍ଗ ଅନୁଷ୍ଠାନ ସହାୟତାରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟ ପରିସରରେ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଶିଶୁ ସମସ୍ୟାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ପତଙ୍ଗ ପକ୍ଷରୁ ଯୋଗଦେଇ ଜିଜ୍ଞାସା ନାଏକ ଶିଶୁ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନରେନ୍ଦ୍ର ଭୋଇ ଶିଶୁମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ପତଙ୍ଗ ପକ୍ଷରୁ ଯୋଗଦେଇ ଗୋଲିନା ପାତ୍ର ଶିଶୁ ଅଧିକାର ବିଷୟରେ କହି ପ୍ରତ୍ୟେକ ଶିଶୁ ନିଜର ଅଧିକାର ଜାଣିବାର ଆବଶ୍ୟକତା ରହିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସହକାରୀ ଶିକ୍ଷକ ଡଃ ପ୍ରଦୀପ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଗୋଟିଏ ପଟରେ ଆମେ ବିଭିନ୍ନ ସ୍ଥାନରେ ଶିଶୁ ପଇସା ପାଇଁ କାମ କରୁଥିବା ଦେଖୁଁ । ଅନ୍ୟ ପଟରେ ଆମେ ଶିଶୁ ସୁରକ୍ଷା କଥା କହୁଛୁ । ଯଦିଓ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ କରିବା ଆଇନଗତ ଅପରାଧ ତଥାପି ଖୁଲମଖୁଲା ଭାବରେ ଏହା ଚାଲୁଛି । ଶିଶୁ ସୁରକ୍ଷା କଥା କହିଲା ସମୟରେ ପ୍ରଥମେ ଏହି ଶିଶୁ ଶ୍ରମିକ ପ୍ରଥାର ଉଛେଦ ହେବା ଆବଶ୍ୟକ । ଏଥିପାଇଁ ଏହା ପ୍ରଥମେ ପରିବାରରୁ ଏବଂ ପରେ ନିଜ ଗ୍ରାମରୁ ଆରମ୍ଭ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ପତଙ୍ଗ ପକ୍ଷରୁ ଯୋଗଦେଇ ଭୂମିସୂତା ଭୋଇ ଶିଶୁମାନଙ୍କ ଉନ୍ନତି ଦେଶର ଉନ୍ନତି ବୋଲି ତାଙ୍କ ବକ୍ତବ୍ୟରେ କହି ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ର ପରେ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ପ୍ଲାକାର୍ଡ ଧରି ସ୍ଲୋଗାନ ଦେବାସହ ଶିଶୁମାନେ ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକଦ୍ବୟ , ପତଙ୍ଗ ପକ୍ଷରୁ ଆସିଥିବା ସ୍ବେଚ୍ଛାସେବୀ ମାନେ , ଅଙ୍ଗନବାଡ଼ି କର୍ମୀ ଓ ଗ୍ରାମର ଗ୍ରାମବାସୀଗଣ ଯୋଗ ଦେଇଥିଲେ ।