ଆଜି କୁଚିଣ୍ଡାରେ ଓବିସି ମିଳନ- ବୃନ୍ଦାବନ ମାଝି

ସମ୍ବିଧାନ ସମାଜର କମଜୋର ବର୍ଗର ଯଥା ଆଦିବାସୀ ଦଲିତ ସମ୍ପ୍ରଦାୟ ର ଶିକ୍ଷା ସ୍ୱାସ୍ଥ୍ୟ ନିଯୁକ୍ତି ସିମାଜିକ ସାନ୍ସ୍କୃତିକ ଭାଷାର ସୁରକ୍ଷା ଓ ବିକାଶ ରେ ସହାୟକ ହେବାପାଇଁ ମାତ୍ର ସରକାରି ସ୍ତରରେ ଏହା ଆନ୍ତରିକତା ର ସହିତ କାର୍ଯ୍ୟକାରୀ ହେଉନଥିବାରୁ ଏହା ଅନେକ ପରିମାଣରେ କାଗଜପତ୍ରରେ ବାନ୍ଧି ହୋଇ ରହିଯାଉଛି। ଆଦିବାସୀ ଓ ଦଲିତ ଭାଇ ଓ ଭଉଣୀ ମାନେ ସେତେ ସଚେତନ ସଙ୍ଗଠିତ ହୋଇନଥିବା ଯୋଗୁଁ ସମସ୍ତ ସାମ୍ବିଧାନିକ ଅଧିକାର ପାଇପାରୁ ନାହାନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ଓ ବି ସି ବର୍ଗଙ୍କୁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ମାତ୍ର ରାଜ୍ୟ ସରକାର ଏହାକୁ କରୁନାହାନ୍ତି। ଏଥିପାଇଁ ଓ ବି ସି ଜନଜାଗରଣ ଯାତ୍ରା ଆରମ୍ଭ କରିଛନ୍ତି। ଯଦିଓ ଆଦିବାସୀ ଓ ଦଲିତ ଭାଇ ଓ ଭଉଣୀ ମାନଙ୍କ ସମସ୍ୟା ଭିନ୍ନ ତଥା ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ ଓ ସୁରକ୍ଷିତ ରଖିବା ପାଇଁ ଆଦିବାସୀ ଦଲିତ ଓ ଓ ବି ସି ସମ୍ପ୍ରଦାୟ ଏକ ହୋଇ ଏକ ମଜଭୂତ ସଙ୍ଗଠନ ଦ୍ଵାରା ସଙ୍ଗଠିତ ହୋଇ ମିଲିତ ଭାବେ ସଙ୍ଗ୍ରାମ ଜାରି ରଖିବାର ଆବଶ୍ୟକତା ରହିଛି। ଆଜି ଓ ବି ସି ସଚେତନତା ରଥ କୁଚିଣ୍ଡା ଉପଖଣ୍ଡର କେସାଇବାହାଲ ସେଗାପଡା କବରିବାହାଲ ପରୁଆଭାଡି କୁଚିଣ୍ଡା ତଥା ସତକମା ପରିକ୍ରମା କରାଯିବାର କାର୍ଯ୍ୟକ୍ରମ ରହିଛି ଓ ଆସନ୍ତା କାଲି ଦେଓଗଡ଼ ଅଭିମୁଖେ ଯାତ୍ରା କରିବ ।ଏହି ଅବସରରେ ଆଦିବାସୀ ଓ ଦଲିତ ଭାଇ ଓ ଭଉଣୀ ମାନେ ମଧ୍ୟ ଓ ବି ସି ସହିତ ସଙ୍ଗଠିତ ହେବାପାଇଁ ତାଙ୍କ ସଚେତନତା ଯାତ୍ରାରେ ସାମିଲ ହେବା, ସହାୟତା ଦେବା ଓ ସମ୍ବର୍ଦ୍ଧିତ କରାଯିବା ଭଳି କାର୍ଯ୍ୟକ୍ରମରେ ସନ୍ଧ୍ୟା ୪ଟା କୁଚିଣ୍ଡା ଆଦିବାସୀ ଭବନଠାରେ ଓ ବି ସି ସଚେତନତା ରଥକୁ ଆଦିବାସୀ ଓ ଦଲିତ ବର୍ଗ ମିଲିତଭାବେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ତେଣୁ କୁଚିଣ୍ଡା ଉପଖଣ୍ଡ ଅଞ୍ଚଳର ଆଦିବାସୀ ଓ ଦଲିତ ଭାଇ ଓ ଭଉଣୀମାନଙ୍କୁ ସନ୍ଧ୍ୟା ୪ଟାରେ ଆଦିବାସୀ ଭବନଠାରେ ଓ ବି ସି ସଚେତନତା ରଥକୁ ସ୍ବାଗତ କରିବାକୁ ନିଵେଦନ କରିଛନ୍ତି ବୃନ୍ଦାବନ ମାଝି ପୂର୍ବତନ ବିଧାୟକ କୁଚିଣ୍ଡା ଓ ଲାଇକେରା ତଥା ଉପଦେଷ୍ଟା ପଶ୍ଚିମ ଓଡ଼ିଶା ଦଲିତ ଆଦିବାସୀ ମହାସଂଘ। ଦଳିତ ଓ ଅବେଳିତଙ୍କ ଉତ୍ଥାନ ପାଇଁ ଏହି ସଚେତନତା ରଥ ପୁର ପଲ୍ଳିରୁ ଜିଲ୍ଲାରୁ ଜିଲ୍ଲା ପରିକ୍ରମା କରୁଛି।