Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିତ୍ୟ ଆଲୁମିିନିୟମ ଦ୍ଵାରା ବିଶ୍ଵ ଏଡସ ଦିବସ ପାଳିତ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ବିଶ୍ଵ ଏଡସ ଦିବସ ଲପଙ୍ଗା ପଞ୍ଚାୟତର ସର୍ଧାପାଲି ଗ୍ରାମରେ ପାଳିତ ହୋଇଯାଇଅଛି। ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ରୋଗ ବିଷୟରେ ପର୍ଯ୍ୟାପ୍ତ ଜ୍ଞାନ ପ୍ରଦାନ କରିବା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। ମୁଖ୍ୟ ଅତିଥି ଭାବେ ଡ଼ଃ କୈଳାଶ ମାଝୀ (ରାଷ୍ଟ୍ରୀୟ ବାଲ୍ ସୁରକ୍ଷା କାର୍ଯ୍ୟକ୍ରମ) ଓ ମନୋରଞ୍ଜନ ବେହେରା (ଉପ ପ୍ରବନ୍ଧକ ଆଦିତ୍ୟ ଆଲୁମିନିୟମ, ଲପଙ୍ଗ।) ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ରାମର ୬୦ ଜଣରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଉପସ୍ଥିତ ଥିଲା। ରେଙ୍ଗାଲି ଅଞ୍ଚଳରେ ଗ୍ରାମ୍ୟ ବିକାଶ ସଂଗଠନର କର୍ମକର୍ତ୍ତା ଏହି ରୋଗକୁ କିପରି ସମ୍ପୂର୍ଣ୍ଣ ରୂପେ ଦୁରେଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି,ଏଡ଼ସ ଓ ଯୌନ ସଂକ୍ରମିତ ରୋଗର ଲକ୍ଷଣ ଉପରେ ଆଲୋକପାତ କରିଥିଲେ ଓ ସମସ୍ତଙ୍କୁ ସଚେତନତା ଅବଲମ୍ବନ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ଆଶା, ଅଙ୍ଗନୱାଡ଼ି କର୍ମୀ ଓ ସବିତା ମୁଣ୍ଡା (ସି ଆର ପି, ସର୍ଧାପାଲି) ସହଯୋଗ ପ୍ରଦାନ କରିଥିଲେ। ଗ୍ରାମର କୁନି କଳାକାର ପୂଜା ବାଶ୍ରା , ମୁସ୍କାନ ବାଶ୍ରା, ନିକିତା ବାଶ୍ରା, ବବିତା ରାଉତ୍ ଓ ରୋହିଣୀ ଖଡିଆ ନୃତ୍ୟ ନାଟିକା ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ।
ଆଦିତ୍ୟ ଆଲୁମିନିୟମ ପକ୍ଷରୁ ସୁକନ୍ୟା ସରକାର(ଯୁବ ଇଞ୍ଜିନିୟର) ଓ ପାରିପାର୍ଶ୍ବିକ ଉନ୍ନୟନ ବିଭାଗର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

More Stories