Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରମିକ ବସ୍ତି ରେ ଏଡ଼ସ ଦିବସ ପାଳନ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଠେଲକଲୋଇ ସ୍ଥିତ ଜେ ଏସ ଡବ୍ଲୁ ବିପିଏସଏଲ ଓ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ୍ୟ ବିକାଶ ସମିତି ଲକ୍ଷ୍ୟଭେଦ ର ମିଳିତ ଆନୁକୁଲ୍ୟରେ ଜେ ଏସ ଡବ୍ଲୁ ବିପିଏସଏଲ ଶ୍ରିପୁରା ସ୍ଥିତ ଶ୍ରମିକ ବସ୍ତି ରେ ଏଡ଼ସ ଦିବସ ପାଳନ କରାଯାଇଥିଲା। ଏହା ଅବସରରେ କମ୍ପାନୀ ର ସି ଏସ ଆର ମୂଖ୍ୟ ବିଶାଳ ରାଜ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରମିକ ଭାଇ ମାନଙ୍କୁ ଏଡ଼ସ ରୋଗ ବିଷୟ ରେ ସଚେତନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମେଡିକାଲ ଅଧିକାରୀ ଡ଼ା. ଟେକଚାନ୍ଦ୍ ପଟେଲ, ସୁବ୍ରତ ତ୍ରିପାଠୀ, ଡାକ୍ତର ସଲେଜା ପଟେଲ, ଶିବ ସିଂ, ଦେବେନ୍ଦ୍ର ମେହେର, ଜ୍ଞାନ ରଞ୍ଜନ ନାୟକ, ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ୍ୟ ବିକାଶ ସମିତି ଲକ୍ଷ୍ୟଭେଦ ର ପ୍ରକଳ୍ପ ଅଧିକାରୀ ରଜନୀକାନ୍ତ ପ୍ରଧାନ, କସ୍ତୁରୀ ଭୁଏ, ସୁଚିତ୍ରା କୁମୁରା, ଖିରୋଦିନି ହାତୀ, ଧରିତ୍ରୀ ନିଖଣ୍ଟିଆ, ତ୍ରିଲୋଚନ ବାଗ ଯୋଗ ଦେଇ ଶ୍ରମିକ ମାନଙ୍କୁ ସଚେତନ କରିଥିଲେ। ଶ୍ରମିକ ମାନଙ୍କୁ ଶେଷରେ ସେନିଟାଇଜର କୀଟ ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ