ବିଜେପିରେ ଯୋଗ ଦେଲେ ଧମା ସମିତିସଭ୍ୟା ଭଗବତୀ ମେହେର

ସମ୍ବଲପୁର (ଧମା):ମାନେଶ୍ୱର ପଞ୍ଚାୟତ ସମିତି ଅଧିନସ୍ଥ ଧମା ପଞ୍ଚାୟତ ସମିତିସଭ୍ୟା ଭଗବତୀ ମେହେର ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସେ ନରେନ୍ଦ୍ର ମୋଦିଙ୍କ ବିକାଶ ଆଭିମୁଖ୍ଯରେ ଆକର୍ଷିତ ହୋଇ ବିଜେପିରେ ଯୋଗଦାବା କହିଛନ୍ତି । ରେଙ୍ଗଲି ବିଧାୟକ ନାଉରୀ ନାଏକ, ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ,ଜିଲ୍ଲା ସଭାପତି ଗିରିଶ ପଟେଲ,ମାନେଶ୍ୱର ବ୍ଲକ ଅଧ୍ୟକ୍ଷା ଋକ୍କମଣୀ ମହାନନ୍ଦ,ଉପାଧ୍ୟକ୍ଷ ମହେନ୍ଦ୍ର ମିଶ୍ର ଓ ପଞ୍ଚାୟତ ସମିତିର ବହୁ କର୍ମି ଓ ନିର୍ବାଚିତ ପ୍ରତିନିଧିଙ୍କ ଗହଣରେ ସେ ବିଜେପିରେ ସାମିଲ ହୋଇଛନ୍ତି ।ଏହି ମିଶ୍ରଣ ପର୍ବକୁ ବିଜେପି ପକ୍ଷରୁ ବିପୁଳ ଭାବେ ସ୍ୱାଗତ କରି ଭଗବତୀଙ୍କୁ ଦଳୀୟ ଉତ୍ତରିୟ ପ୍ରଦାନ କରି ଦଳର ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରିଛି।