Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଠାକୁରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ବୋଡେ଼ନ ଓ ସର୍ଗିଗୁଡା ମଧ୍ୟରେ କଡା ମୁକାବିଲା।

କୋକସରା:୦୨/୧୨ କୋକସରା, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ସର୍ଗିଗୁଡା ଖେଳ ପଡିଆ ଠାରେ ମା’ ଠାକୁରାଣୀ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଶନିବାର ୨୩ ତମ ମା’ ଠାକୁରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାଗ୍ୟବାନ ସିଂ ରାଜପୁତ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୁବରାଜ ନାଏକ, ମଣିରାମ ପଟେଲ ଯୋଗଦେଇ ଖେଳାଳୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ।ଉଦଘାଟନୀ ମ୍ୟାଚ୍ ସର୍ଗିଗୁଡା (ଛତିଶଗଡ଼) ଓ ବୋଡେ଼ନ (ଶକ୍ତି ଏକାଦଶ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ବୋଡ଼େନ ବ୍ୟାଟିଙ୍ଗ କରି ୧୦ ଓଭରରେ ୨ ୱିକେଟ୍ ହରାଇ ୨୦୫ ରନ ସଂଗ୍ରହ କରିଥିଲା।ଜବାବରେ ସର୍ଗିଗୁଡା ୯ ଓଭର ୨ ବଲରେ ସମସ୍ତ ୱିକେଟ୍ ହରାଇ ୧୦୦ ରନ କରି ପରାଜୟ ହୋଇଥିଲା।ଅମ୍ପେୟାର ଭାବେ ଲାରା ନାଏକ ଓ କୁବେର ମାଝୀ ଖେଳ ପରିଚାଳନା କରିଥିଲେ।ରୁଦ୍ର ପ୍ରସାଦ ମିଶ୍ର ଖେଳ ର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ପ୍ରଶାନ୍ତ ଦୀପ ସ୍କୋରବୋର୍ଡ ଦାୟିତ୍ଵରେ ରହିଥିଲେ।ମା’ ଠାକୁରାଣୀ କ୍ରିକେଟ୍ କ୍ଳବ ସଭାପତି ପ୍ରବୀଣ ମାଝୀ, ସମ୍ପାଦକ ଜୟନ୍ତ ପୁଝାରୀ, ଭାଗିରଥି ମାଝୀ, ଉମେଶ ପୁଝାରୀ, ପିଣ୍ଟୁ ମାଝୀ, ଆକାଶ ନାଏକ, ରାନୁ ନାଏକ, ଚନ୍ଦ୍ରହାସ୍ୟ ମାଝୀ, ମୋହଲାଲ ମାଝୀ, କ୍ଷତ୍ରିୟ ପୁଝାରୀ, କପୁର ଦୀପ, ପୁରୁଷୋତ୍ତମ ସିଂ ରାଜପୁତ, ଦୁଷ୍ମନ୍ତ ପୁଝାରୀ, ଯଶବନ୍ତ ମାଝୀ, ଚୈତନ୍ୟ ମାଝୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।